BREAKING
Loading...
:

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

 ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ 


ଗଣିଆ ୦୭/୦୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତ ମାଳତିପୁଟ ଚଣ୍ଡିଖୋଲ ଜଙ୍ଗଲରେ ଏକ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ମାଳତିପୁଟ ଗ୍ରାମର ଅକ୍ଷୟ ପରିଡ଼ାଙ୍କ ପୁଅ ଚୁକ୍ତି ପ୍ରସାଦ ପରିଡା ବୋଲି ଜଣାପଡିଛି । ଗ୍ରାମରେ ଉତ୍ସବ ଚାଲିଥିବା ବେଳେ ଠାକୁରଙ୍କ ଗ୍ରାମ ପରିକ୍ରମା ସମୟରେ ଦିବା ୧୦ ଘଟିକାରେ  ଚୁକ୍ତି ପ୍ରସାଦ ଗ୍ରାମରେ ଉପସ୍ଥିତ ଥିଲେ । ତେବେ ଅପରାହ୍ନରେ ତାର ସାଙ୍ଗ ସାଥି ମାନେ ତାକୁ ଖୋଜାଖୋଜି କରିବା ପରେ ତାକୁ ନପାଇବାରୁ ଜଙ୍ଗଲ ଆଡେ ଯାଇଥିଲେ । ସେଠାରେ ତାର ସାଇକେଲ ପଡିଥିବା ଦେଖିବାକୁ ପାଇଥିଲେ । ଅନତି ଦୂରରେ ଗୋଟିଏ ଗଛରେ ତାର ଝୁଲନ୍ତା ଶବ ରହିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଗଣିଆ ଥାନାକୁ ଅବଗତ କରିବା ପରେ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଆସନ୍ତାକାଲି ଶବ ବ୍ୟବଚ୍ଛଦ ପାଇଁ ଦଶପଲ୍ଲା ପଠାଯିବା ସହିତ ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଜଣାପଡିଛି । ତେବେ ୫ ଦିନ ତଳେ ବେଲପଡାପାଟଣା ଠାରେ ଏକ ୫ମ ଶ୍ରେଣୀ ଛାତ୍ରର ମୃତଦେହ ଖୋଲାକୂଅରୁ ମିଳିଥିବା ବେଳେ ଶନିବାର ମାଳତିପୁଟରେ ଏଭଳି ଘଟଣା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । 


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS