ଆମ୍ବେଦକର ଜନତା ପାର୍ଟି ଏବଂ ଭୀମ ଆର୍ମିର ଗର୍ଜନରେ ଛାନିଆ ଜିଲ୍ଲା ପ୍ରଶାସନ
ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଗଣିଆରେ ଚାଞ୍ଚଲ୍ୟ, ସ୍କୁଲ ଶିକ୍ଷୟତ୍ରୀଙ୍କ ଜାତିଆଣ ଆକ୍ଷେପ ପାଇଁ ଚାଲିଗଲା ୫ମ ଶ୍ରେଣୀ ଛାତ୍ରର ଜୀବନ । ଗଣିଆ ବେଲପଡା ପାଟଣା ପ୍ରାଇମେରୀ ସ୍କୁଲରେ ଛୋଟ ଜାତି ବୋଲି ସ୍କୁଲ ଶିକ୍ଷୟତ୍ରୀ ପାଇଖାନାକୁ ବାରଣ କଲେ । ସ୍କୁଲ ଛାତ୍ର ଭୋଳାନାଥ ମଲ୍ଲିକ ସ୍କୁଲ ଚାଲୁଥିବା ସମୟରେ ବାହାରକୁ ଯାଇଥିଲା ହେଲେ ଦୁର୍ଭାଗ୍ୟ ବଶତଃ ଗୋଟେ ଗାଡିଆରେ ଶୌଚ ହେବା ସମୟରେ ଗୋଡ଼ ଖସି ଭୋଳାନାଥ ମଲ୍ଲିକର ଜୀବନ ଗଲା ବୋଲି ଗଣିଆ ଥାନାର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣା ପଡିଥିବା ବେଳେ ପରିବାର ଲୋକେ ଭୋଳା ନାଥ ମଲ୍ଲିକଙ୍କୁ କିଏ ମାରିଦେଇକି ସେହି ଗାଡ଼ିଆରେ ପକେଇଦେଇଛି ବୋଲି ଅଭିଯୋଗ ଆଣିଛନ୍ତି । ହେଲେ ସବୁ ଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା ସ୍କୁଲରେ ଶିକ୍ଷକ ମାନେ ଏମିତି ଜାତିଆଣ ଆକ୍ଷେପ କରିବା ଜମାରୁ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏ ଘଟଣା ସାମ୍ନାକୁ ଆସିଲା ପରେ ଆମ୍ବେଦକର ଜନତା ପାର୍ଟି ଏବଂ ଭୀମ ଆର୍ମି ମିଳିତ ଉଦ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ,ଏବଂ ଗଣିଆ ବେଲପଡା ପ୍ରାଇମେରୀ ସ୍କୁଲର ଦୁଇଜଣ ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛି । ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ଲିପ୍ସା ନନ୍ଦ,ସ୍କୁଲ ଶିକ୍ଷୟତ୍ରୀ ଶୈଳବାଳା ସାହୁ ଏବଂ ମନୀଷା ଦଳ ବେହେରାଙ୍କୁ ଗିରଫ ଦାବିରେ ନୟାଗଡ ଜିଲ୍ଲା ବନ୍ଦ ଡାକରା ଦିଆ ହେଇଛି । ଏ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ଆମ୍ବେଦକର ଜନତା ପାର୍ଟି ଏବଂ ଭୀମ ଆର୍ମି ସଂଘଠନ । ପୀଡ଼ିତା ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଏବଂ ସମସ୍ତ ଦୋଷୀକୁ ଗିରଫ ଯଥା ଶୀଘ୍ର ନକରେ ତେବେ ଏହି ଆନ୍ଦୋଳନ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆମ୍ବେଦକର ଜନତା ପାର୍ଟିର ରାଜ୍ୟ ସଭାପତି ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥୀ କାହ୍ନୁ ଚରଣ ନାୟକ ଏବଂ ଭୀମ ଆର୍ମି ସଂଘଠନର ସର୍ବେଶ୍ୱର ନାୟକ, ସୁନୀଲ ନାୟକ, ଦୀପକ ଭୋଇ ଏବଂ ରବି ନାୟକ ।
ମଣିଭଦ୍ରା ଖବର, ଗଣିଆ



Post a Comment