ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ
ବ୍ରହ୍ମପୁର , ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ଯାଳୟ ଖେଳ ପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହାତ୍ସବ-୨୦୨୬ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି l
ମା ତାରା ତାରିଣୀ, ମା ବଙ୍କେଶ୍ୱରି ମନ୍ଦିରରୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରl ବାହାରି ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ ପଡିଆ ପର୍ଯ୍ୟନ୍ତ ଯାଇଥିଲା l ଏଠାରେ ମଶାଲ ସ୍ଥାପନ ସହ ଜାତୀୟ ପତାକା ଉତୋଳନ କରାଯାଇଥିଲା l ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘ ସଭାପତି ବିଜୟ କୁମାର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଓ ସଧାରଣ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଟିତ ମଶାଲ ଶୋଭାଯାତ୍ରାରେ ବିଜେପି ସଭାପତି ସରୋଜ ସାବତ, ଡେପୁଟି ମେୟର ବିବେକ ରେଡ୍ଡୀ, କାର୍ଯ୍ୟକାରୀ ସଭାପତି ନାରାୟଣ ମହାକୁଡ଼, ଉପ ସଭାପତି ଯଜ୍ଞ ନାରାୟଣ ଦାସ, ସଂଗଠନ ସଂପାଦକ ସିତନ୍ସୁ ପଣ୍ଡା, ଡାକ୍ତର କିରଣ କୁମାର ପାଣିଗ୍ରାହୀ, ସମିତ ସାବତ, ନାଗେଶ୍ୱର ପୃଷ୍ଟି, ନବୀନ କୁମାର ମହାପାତ୍ର, ମନୋଜ ପତି, ବନମାଳୀ ପ୍ରଧାନ, ବିଜୟ ଅଧିକାରୀ, ରୋହିତ ପରିଡା, ବିଜେପି କର୍ମକର୍ତା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । @ ଏହି ସ୍ବାସ୍ଥ୍ଯ ମହୋତ୍ସବରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦ, ହୋମିଓପ୍ଯାଥିକ୍, ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ଭେଷଜ ଚିକିତ୍ସାଳୟ ସମ୍ବନ୍ଧିତ ୮୧ ଗୋଟି ପ୍ରଦର୍ଶନୀ ଷ୍ଟଲ ସହ ପ୍ରତ୍ଯେକ ଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ନିରାକରଣ ବିଷୟରେ ଆଲୋଚନା ଚକ୍ର ସହ ସ୍ବାସ୍ଥ୍ଯ ପରୀକ୍ଷା ମାଗଣାରେ କରାଯିବ l
ସ୍ୱାସ୍ଥ୍ୟ ସମସ୍ୟା ଆଜି ସମାଜର ଏକ ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି। ତାସହିତ ଗଞ୍ଜାମ ଭଳି ଏକ ଜନ ବହୁଳ ଜ଼ିଲ୍ଲାରେ ଅଧିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି। ଆଧୁନିକ ଚିକିତ୍ସା ସହ ପାରମ୍ପରିକ ଚିକିତ୍ସା ବିଷୟରେ ଜନ ଜାଗରଣ କରି ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ସ୍ବାସ୍ଥ୍ଯ ପର୍ଯ୍ୟଟନର ଏକ ପେଣ୍ଠସ୍ଥଳୀ କରିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମ୍ମୁଖରେ ରାଜ୍ଯର ଦ୍ବିତୀୟ ଏମ୍ସ (AIIMS) ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଦାବୀ ଉପସ୍ଥାପିତ କରାଯିବ ବୋଲି ମତ ପ୍ରକାଶ ପାଇଛି ।
ପ୍ରତିଦିନ ଉଭୟ ଓଳି ଓପିଡି ଖୋଲିବ । ସେହି ଓପିଡି ରେ ବିଶାଖାପାଟଣା ଓ ଭୁବନେଶ୍ୱରରୁ ସୁନାମାଧନ୍ୟ ବିଶେଷଜ୍ଞ ମାନେ ଯୋଗ ଦେବେ। ସମ୍ପୂର୍ଣ ମାଗଣାରେ ରୋଗୀମାନେ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ନେଇପାରିବେ। ସବୁଦିନ ସକାଳୁ ଯୋଗ, ମଧ୍ୟାହ୍ନରେ ସେମିନାର, ସନ୍ଧ୍ୟାରେ ବୈଠକ ଓ ପରେ ପରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ୧୪ ତାରିଖରେ ମେଗା ରକ୍ତଦାନ ଶିବିର ଏବଂ ଶେଷ ଦିନ ଜ଼ିଲ୍ଲାରେ ଏମ୍ସ ପ୍ରତିଷ୍ଠା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق