BREAKING
Loading...
:

ଗଣିଆରେ ଭାରତ ବନ୍ଦ ସଫଳ

 ୧୨ ଫେବ୍ରୁଆରୀ  ଗଣିଆରେ ଭାରତ ବନ୍ଦ ସଫଳ 



ଗଣିଆ , ୧୨ ଫେବୃଆରୀ:(ମଣିଭଦ୍ରା ଖବର) କେନ୍ଦ୍ର ମୋଦୀ ସରକାର ଗ୍ରହଣ କରିଥିବା ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼କୁ ତୁରନ୍ତ ବାତିଲ ଦାବିରେ ଦେଶର ୧୦ ଟି କେନ୍ଦ୍ରିୟ ଟ୍ରେଡ ୟୁନିୟନ ଓ ସ୍ବାଧିନ ଫେଡେରେସନ ଗୁଡ଼ିକ ଡ଼ାକରା ରେ ଏବଂ ବିଭିନ୍ନ ରାଜନୈତିକ ଦଳ ଓ ସଞ୍ଜୁକ୍ତ କିଶାନ ମୋର୍ଚ୍ଚା ର ସମର୍ଥନ ରେ ଆଜି ଦେଶବ୍ୟାପୀ ଅନୁଷ୍ଠିତ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟ କୁ ଗଣିଆ ଠାରେ ବହୁ ସମର୍ଥନ ମିଳିଛି। ଏହି ପରୀପ୍ରେକ୍ଷୀରେ ସି ଆଇ ଟି ୟୁ , ଆଇ ଏନ ଟି ୟୁ ସି ନେତୃତ୍ୱରେ ଶତାଧିକ ଆଶା,ପାଚିକା, ଅଙ୍ଗନବାଡ଼ି କର୍ମୀ, ନିର୍ମାଣ ଶ୍ରମିକ,ଚାଷି ମୂଲିଆ ଓ ମହିଳା ଗଣିଆ ନୂଆ ବସ ଷ୍ଟାଣ୍ଡ ଠାରେ ଦିନ ୮ ଟାରୁ ସମ୍ମିଳିତ ହୋଇ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ଧର୍ମଘଟକାରୀ ମାନେ ଶାନ୍ତିପୂର୍ଣ୍ଣ ହରତାଳ କରିବାରେ ବ୍ଳକ, ତହସିଲ, ବ୍ୟାଙ୍କ,ସବ ରେଜିଷ୍ଟର ଓ ସ୍କୁଲ କଲେଜ ଆଦି ଗୁଡିକ ସମ୍ପୁର୍ଣ୍ଣ ବନ୍ଦ ହୋଇଥିଲା ଓ ରାସ୍ତା ରେ ଗାଡିମଟର ଚଳାଚଳ ବନ୍ଦ ଥିଲା। ଏହି ପରିପ୍ରେକ୍ଷୀରେ ଶ୍ରମିକ ନେତ୍ରି ତଥା ଆଶା କର୍ମୀଙ୍କ ଜିଲ୍ଲା ସମ୍ପାଦିକା ମଙ୍ଗୁଳି ରାଉତ ଙ୍କ ସଭାପତିତ୍ବ ରେ ଗଣିଆ ଥାନା ଛକ ଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ଆର ଏସ ଏସ ପରିଚାଳିତ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ମୋଦୀ ସରକାର ର ପୁଞ୍ଜିପତି ପ୍ରୀତି ଓ ଶ୍ରମିକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଦେଶବାସୀ ଙ୍କ ବିଶ୍ବାସ ରେ ବିଷ ଦେଇ ମୋଦୀ ସରକାର ଦୀର୍ଘ ୧୧ ବର୍ଷ ହେଲା ଆଦାନୀ, ଅମ୍ବାନୀ ଭଳି ଦେଶର ବୃହତ୍ ପୁଞ୍ଜିପତି ଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ଶ୍ରମିକ, କୃଷକ ଓ ଜନ ସାଧାରଣଙ୍କ ଉପରେ ଶୋଷଣ ଜାରି ରଖିଵାରେ ଆଜି ଆକାଶଛୁଆଁ ଦରବୃଦ୍ଧି, ଶ୍ରମିକ କର୍ମଚାରୀ ଛଟେଇ, ବେକାରୀ ବୃଦ୍ଧି ଦୃତ ଗତିରେ ବଢ଼ି ଚାଲି ଥିଲା ବେଳେ ଶ୍ରମିକ ଶ୍ରେଣୀ କୁ କ୍ରୀତଦାସ ରେ ପରିଣତ କରିବା ପାଇଁ ସରକାର ୪ଟି ଶ୍ରମ କୋଡ଼ ଗ୍ରହଣ କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ବିଜେପି ସରକାର ର ସାମ୍ପ୍ରଦାୟିକ ରାଜନୀତି ଯୋଗୁଁ ଦେଶର ସ୍ବାଧିନତା,ଗଣତନ୍ତ୍ର, ସମ୍ବିଧାନ,ଧର୍ମ ନିରପେକ୍ଷତା ଆଜି ବିପନ୍ନ ହୋଇ ଥିଲାବେଳେ ଏ ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରତାରିତ ମୋଦୀ ସରକାର ବିରୋଧରେ ମୁଣ୍ଡ ଟେକୁଥିବା ଜନ ଅସନ୍ତୋଷ କୁ ଖତମ କରିବା ପାଇଁ ଏକ ତରଫା ଭାବେ ଶ୍ରମିକ ଶ୍ରମ ଜୀବି ଙ୍କ କଷ୍ଟ ଲବ୍ଧ ୪୪ ଟି ଶ୍ରମିକ ସୁରକ୍ଷା ଶ୍ରମ ଆଇନ କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ମାଲିକ ସ୍ବାର୍ଥ ରକ୍ଷା ପାଇଁ ଗ୍ରହଣ କରିଥିବା ୪ଟି ଶ୍ରମ କୋଡ଼ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ।ତତ୍ ସହିତ କୃଷକ ବିରୋଧୀ ବିହନ ଆଇନ-୨୦୨୫, ମୂଲିଆ ବିରୋଧୀ ଭି ବି ଜି ରାମ ଜି ଆଇନ,ଜନ ବିରୋଧି ଶ୍ରମ ଶକ୍ତି ଆଇନ-୨୦୨୫ ଓ ବିଦ୍ୟୁତ ଆଇନ -୨୦୨୫ ତୁରନ୍ତ ବାତିଲ କରିବାକୁ ବକ୍ତା ମାନେ ଦାବୀ କରିଥିଲେ। ରାଜ୍ୟ ର ଡବଲ ଇଞ୍ଜିନି ମୋହନ ସରକାର ଙ୍କ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା କାର୍ଯ୍ୟ ସମୟ କୁ ବୃଦ୍ଧି, ମହିଳା ଶ୍ରମିକ ଙ୍କୁ ରାତ୍ରି କାଳୀନ କାର୍ଯ୍ୟ ପାଇଁ ଆଣିଥିବା ଆଇନ ଓ ଟାଟା କମ୍ପାନୀ ର ସ୍ମାର୍ଟ ମିଟର ଜରୀୟାରେ ଚାଲିଥିବା ଶୋଷଣ ଓ ଧାନ କିଣାରେ ଚାଲିଥିବା ଚାଷି ଠାରୁ କଟନୀ ଛଟଣି କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଧର୍ମଘଟ ତରଫରୁ ଦୃଢ ଦାବୀ କରାଯାଇଥିଲା। ଆଶା , ପାଚିକା, ଅଙ୍ଗୱାଡ଼ି କର୍ମୀ ଆଦି ସ୍କିମି ଶ୍ରମିକ ଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା, ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା,ମାସିକ ପେନସନ ୧୦ ହଜାର ଟଙ୍କା, ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକ ଙ୍କୁ ସରକାରୀ ସହାୟତା, ଚାଷୀ ଫସଲର ଲାଭଜନକ ଦର ଓ ମୁଲିଆ କୁ ବ୍ୟାପକ କାମ ଯୋଗାଇ ଦେବାକୁ ଦାବୀ କରାଯାଇଛି। ଏହି ସାଧାରଣ ଧର୍ମଘଟ ର ସଫଳତା ପାଇଁ ସଂଗଠନ ତରଫରୁ ଗଣିଆ ବାସୀଙ୍କୁ ଧନ୍ୟବାଦ ଦିଆ ଯାଇଛି।



         ଏହି ଧର୍ମଘଟରେ ଶ୍ରମିକ ନେତା କାଳନ୍ଦୀ ନାୟକ, କଂଗ୍ରେସ ନେତା ଅବଦୁଲୁ ହଲିମ୍ ଖାଁ, ତ୍ରିନାଥ ବେହେରା, ଆଶା ନେତ୍ରୀ ଶସ୍ମିତା ପଣ୍ଡା, କୋକିଳ ସାହୁ, ନମିତା ସାହୁ, ପାଚିକା ନେତ୍ରୀ ମାୟା ରାଉତ ଓ ସୁନିତା ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ଥିଲେ।

             ମଣିଭଦ୍ରା ଖବର,ଗଣିଆ

Post a Comment

أحدث أقدم
Header ADS