BREAKING
Loading...
:

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ପୋଲିସ ମନ ଇଚ୍ଛା କରିପାରିବ ନାହିଁ ଗିରଫ !

 ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ପୋଲିସ ମନ ଇଚ୍ଛା କରିପାରିବ ନାହିଁ ଗିରଫ !



ଏଣିକି ପୋଲିସ ମନ ଇଚ୍ଛା ଗିରଫ କରିପାରିବ ନାହିଁ! । ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ୭ ବର୍ଷରୁ କମ୍ ସଜା ଥିବା ମାମଲାରେ ଗିରଫଦାରୀ ସହଜ ହେବନି । ବିନା କାରଣରେ ଏବଂ ବେଆଇନ ଗିରଫଦାରୀକୁ ରୋକିବା ପାଇଁ ଭାରତର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯେଉଁ ଅପରାଧ ପାଇଁ ୭ ବର୍ଷ କିମ୍ବା ତା'ଠାରୁ କମ୍ ଜେଲ୍ ଦଣ୍ଡର ପ୍ରାବଧାନ ଅଛି, ସେହି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ସିଧାସଳଖ ଗିରଫ କରାଯାଇପାରିବ ନାହିଁ ।


ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ପ୍ରଥମେ ତଦନ୍ତରେ ସହଯୋଗ ପାଇଁ ନୋଟିସ୍ ଦେବା ଏକ ନିୟମ ଏବଂ ଗିରଫ କରିବା କେବଳ ଏକ ବ୍ୟତିକ୍ରମ ହେବା ଉଚିତ ।


ନୋଟିସ୍ ଦେବା ବାଧ୍ୟତାମୂଳକ । ନୂଆ ଅପରାଧିକ ଆଇନ (BNSS, ୨୦୨୩) ର ଧାରା ୩୫(୩) ଅନୁଯାୟୀ, କମ୍ ଗୁରୁତର ମାମଲାରେ ପୋଲିସ ପ୍ରଥମେ ଅଭିଯୁକ୍ତଙ୍କୁ ନୋଟିସ୍ ଦେବେ । ଯଦି ଅଭିଯୁକ୍ତ ତଦନ୍ତରେ ସହଯୋଗ କରନ୍ତି, ତେବେ ତାଙ୍କୁ ଗିରଫ କରିବା ଆବଶ୍ୟକ ନାହିଁ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପୋଲିସ କାହାକୁ "କେବଳ ପ୍ରଶ୍ନ ପଚାରିବା ପାଇଁ" ଗିରଫ କରିପାରିବ ନାହିଁ । ଗିରଫଦାରୀ ସେତେବେଳେ କରାଯିବ ଯେତେବେଳେ ଏହା ଅତ୍ୟନ୍ତ ଜରୁରୀ ବା ଅପରିହାର୍ଯ୍ୟ ହେବ ।


ଜଣେ ବ୍ୟକ୍ତିର ମୌଳିକ ଅଧିକାର ଏବଂ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନାବଶ୍ୟକ ଭାବେ କାହାକୁ ଜେଲ୍ ପଠାଇବା ଉଚିତ ନୁହେଁ। କୋର୍ଟଙ୍କ ରାୟ ପୋଲିସର କ୍ଷମତା ଉପରେ ରୋକ୍ ଲଗାଇଛି । ଗିରଫ କରିବା ପୋଲିସର ଏକ ବିବେକାଧୀନ କ୍ଷମତା । ଏହା ସବୁ ମାମଲାରେ ବାଧ୍ୟତାମୂଳକ ନୁହେଁ । ପୋଲିସକୁ ଏହି କ୍ଷମତାର ଅପବ୍ୟବହାର ରୋକିବାକୁ କୋର୍ଟ ଚେତାବନୀ ଦେଇଛନ୍ତି। ନ୍ୟାୟମୂର୍ତ୍ତି ଏମ୍.ଏମ୍. ସୁନ୍ଦରେଶ ଏବଂ ନ୍ୟାୟମୂର୍ତ୍ତି ଏନ୍. କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ଦେଶର ସମସ୍ତ ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ମାର୍ଗଦର୍ଶିକା ଭାବେ କାମ କରିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS