BREAKING
Loading...
:

ଅକ୍ଷୟେନ୍ଦୁ ଶେଖର ପଟ୍ଟନାୟକ ରୋଟାରୀ ୩୨୬୨ ଡିଷ୍ଟ୍ରିକ୍ଟର ଗଭର୍ଣ୍ଣର ନିର୍ବାଚିତ

 *ଅକ୍ଷୟେନ୍ଦୁ ଶେଖର ପଟ୍ଟନାୟକ ରୋଟାରୀ ୩୨୬୨ ଡିଷ୍ଟ୍ରିକ୍ଟର ଗଭର୍ଣ୍ଣର ନିର୍ବାଚିତ*                            



      ରୋଟରୀ ଇଣ୍ଟରନେସନାଲ ୩୨୬୨ ଜିଲ୍ଲାର ବାର୍ଷିକ ସମ୍ମିଳନୀ "ମିନର୍ଭା" ପୁରି ହୋଟେଲ ତାଜ ଠାରେ ଜାନୁୟାରୀ ୩୧ ଓ ଫେବୃଆରୀ ୧ ତାରିଖରେ ବର୍ତମାନର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଓ  ସହଧର୍ମିଣି ଇନରହ୍ବିଲ ଚେୟାରମେନ ମଧୁସ୍ମିତା ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଯାଇଛି l ଏଠାରେ ୨୦୨୮-୨୦୨୯ ବର୍ଷ ପାଇଁ ଅନୁଷ୍ଟିତ ଜିଲ୍ଲା ଗଭର୍ଣ୍ଣର ନିର୍ବାଚନରେ ରୋଟାରି କ୍ଲବ ଅଫ ବ୍ରହ୍ମପୁର ସେଣ୍ଟ୍ରାଲର ପୂର୍ବତନ ସଭାପତି ଅକ୍ଷୟେନ୍ଦୁ ଶେଖର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି l ଏହି ନିର୍ବାଚନରେ ୩ ଜଣ ପ୍ରାଥି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୧୪୭ ବୈଧ୍ୟ ଭୋଟ ମଧ୍ୟରୁ ଅକ୍ଷୟେନ୍ଦୁ ୧୨୧ ଭୋଟ ପାଇ ବୃହତ ବିଜୟ ଲାଭ କରିଛନ୍ତି l ଯାହାକି ଜିଲ୍ଲା ୩୨୬୨ ଇତିହାସରେ ଏହା ବୃହତ ସଫଳତା ଅଟେ l ଏହି ନିର୍ବାଚନକୁ  ରୋଟାରୀ ଜିଲ୍ଲାର ସ୍ୱରକୁ ଶାଣିତ କରିବା ସହ ସେବା ମୁଳକ କାର୍ଯ୍ୟକ୍ରମ ତ୍ୱରାଣିତ କରିବାକୁ ବଧପରିକର ବୋଲି ଅକ୍ଷୟେନ୍ଦୁ  ଜଣାଇଛନ୍ତି l ଏହି ନିର୍ବାଚନରେ ଅବଜର୍ଭର ଭାବେ ଜିଲ୍ଲା ୩୨୫୦ ର ପି ଡି ଜି ସଞ୍ଜୀବ ରେସ୍ତୋଗି ଓ ନିର୍ବାଚନର ମୁଖ୍ୟ ପରିଚାଳକ ଭାବେ ପି ଡି ଜି ଅଶ୍ୱିନୀ କର କାର୍ୟନିର୍ବାହ କରିଥିଲେ l ଏହି ନିର୍ବାଚନରେ ବିଜୟୀ ପରେ ଅକ୍ଷୟେନ୍ଦୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l ରୋଟରି କ୍ଲବ ଅଫ ବ୍ରହ୍ମପୁର ସେଣ୍ଟ୍ରାଲର ସଭାପତି ଭି ଜୟରାମ ରାଜୁ, ସଂପାଦକ ଶିବରାମ ପାଣିଗ୍ରାହୀ, ଉପଦେଷ୍ଟା ନୃସିଂହ ପ୍ରସାଦ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଡାକ୍ତର ନାରାୟଣ ମିଶ୍ର, ପୂର୍ବତନ ସଭାପତି ରଞ୍ଜିତ ପାଢ଼ୀ, ପୁର୍ବତନ ସଭାପତି ସରୋଜ ପୃଷ୍ଟିଙ୍କ ସମେତ ରୋଟାରି କ୍ଲବ ଅଫ ବ୍ରହ୍ମପୁର ସେଣ୍ଟ୍ରାଲର ସମସ୍ତ ସଦସ୍ୟ, ବ୍ରହ୍ମପୁରର ସମସ୍ତ ରୋଟାରି କ୍ଲବର ସଭାପତି ଓ ସଦସ୍ୟମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS