ଦିବ୍ୟ ଜନନୀ ଶ୍ରୀମାଙ୍କ ଜୟନ୍ତୀ ପାଳିତ
ଗଣିଆ ୨୧/୦୨(ମଣିଭଦ୍ରା ଖବର) ଦିବ୍ୟ ଜନନୀ କରୁଣାମୟୀ ଶ୍ରୀ ମା'ଙ୍କ ୧୪୮ ତମ ଜୟନ୍ତୀ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଆନନ୍ଦ ଚନ୍ଦ୍ର ବେହେରା ମାତୃ ପତାକା ଉତ୍ତୋଳନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ମାର୍ଚ୍ଚ ଫାଷ୍ଟ,ବନ୍ଦେ ମାତରମ୍ ଗାନ କରାଯାଇଥିଲା । ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଶ୍ରୀମା ଙ୍କ ଜୟନ୍ତୀ ଓ ମାତୃଭାଷା ଦିବସ ସମ୍ପର୍କରେ ସ୍ଳୋଗାନ ଦେଇଥିଲେ । ଶ୍ରୀ ଅରବିନ୍ଦଙ୍କ ସମାଧି ମନ୍ଦିର ନିକଟରେ ସମବେତ ଧ୍ୟାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସଂଗଠିକା ଉଷା ପଟ୍ଟନାୟକ, ରତ୍ନାକର ମହାପାତ୍ର,ସ୍ବରୂପା ପଟ୍ଟନାୟକ, ଲକ୍ଷ୍ମୀଧର ନାୟକଙ୍କ ସମେତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ ମାତୃଭାଷା ଦିବସ ମଧ୍ୟ ପାଳନ କରାଯାଇଥିଲା । ଅପରାହ୍ନରେ ମାତୃପତାକା ଅବତରଣ କରାଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ



إرسال تعليق