BREAKING
Loading...
:

ନାମକୁ ମାତ୍ର ଲୋକ ଦେଖାଣିଆ ମାଟି କାମ କରି ଅର୍ଥ ଆତ୍ମସାତ ସହ ସୂଚନା ଫଳକ ଭାଙ୍ଗିବା ନେଇ ତୀବ୍ର ପ୍ରତିକ୍ରିୟା

 ନାମକୁ ମାତ୍ର ଲୋକ ଦେଖାଣିଆ ମାଟି କାମ କରି ଅର୍ଥ ଆତ୍ମସାତ ସହ ସୂଚନା ଫଳକ ଭାଙ୍ଗିବା ନେଇ ତୀବ୍ର ପ୍ରତିକ୍ରିୟା ।




ଟିଟିଲାଗଡ/ସିନ୍ଧେକେଲ:ସରକାର ଙ୍କ ମନରେଗା ଯୋଜନା ରେ ବ୍ୟାପକ ଅନିୟମିତତା କାର୍ଯ୍ୟ କରିବା ସହ  ସୂଚନା ଫଳକ ବା ବୋର୍ଡ କୁ ଭାଙ୍ଗି ଦେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମାଟି ଉନ୍ନତି କରଣ ନାଁରେ ବ୍ୟାପକ ଜାଲିଆତି କରି ଥିବା ଭଳି ଗୁରୁତର ଅଭିଯୋଗ ଶ୍ରମିକ କରିଥିବା ବେଳେ ଏ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି  । ବଲାଙ୍ଗୀର ଜିଲ୍ଲା କୁରସୁଡ଼ ପଞ୍ଚାୟତର ଶୁକନାଭଟା ଗାଁରେ ମନରେଗା ଯୋଜନାରେ ହେଉଥିବା ମାଟି ଉନ୍ନତି କରଣ କାମ ଅନିୟମିତତା ଭାବରେ ହେଇଥିବା ନେଇ ଖୋଦ ଶ୍ରମିକ ମାନେ  ଅଭିଯୋଗ କରିଛନ୍ତି। ତେବେ ଶୁକନାଭଟା ଗାଁର ଉପର ମହାଲିଙ୍ଗ ମୁଣ୍ଡା ପୋଖରୀ ମାଟି ଉନ୍ନତି କରଣ କାମରେ ଅନିୟମିତତା ଭାବରେ କିଛି ଦିନ ମାଟି କାମ କରି ପୋଖରୀରେ ଲାଗିଥିବା ସୂଚନା ଫଳକ ବା ବୋର୍ଡ ଭାଙ୍ଗି ଦେଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ବେଳେ ବାଘଚୁଆ ମୁଣ୍ଡାରେ ହୋଇଥିବା ମାଟି ଉନ୍ନତି କରଣ କାମରେ ମଧ୍ୟ ବିନା ସୂଚନା ଫଳକ ବୋର୍ଡରେ ଉପରୁ କିଛି ଦେଖାଣିଆ ମାଟି ଉଠାଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଖୋଦ ଶୁକନାଭଟା ଗାଁର ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି। 



ତେବେ ବିନା ସୂଚନା ଫଳକ ବୋର୍ଡରେ କିଭଳି ଭାବରେ ବାଘଚୁଆ ମୁଣ୍ଡାର ମାଟି ଉନ୍ନତି କରଣ କାମ କରାଗଲା ତାହା ଶ୍ରମିକ ମାନେ ବାଘଚୁଆ ମୁଣ୍ଡାକୁ ଯାଇ ସେଠାରେ ହୋଇଥିବା ମନରେଗା କାମ ଦେଖି ପଞ୍ଚାୟତର ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ତେବେ ବାରମ୍ବାର ଏଭଳି ଏ ଦୁଇଟି ପୋଖରୀ ମାନଙ୍କରେ ଦେଖାଣିଆ ଉପରୁ କିଛି ମାଟି ଉଠାଇ ମନରେଗା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରି ଆସୁଥିବା ବେଳେ ବର୍ତମାନ ହୋଇଥିବା କାମରେ ମଧ୍ୟ ଉପରୁ କିଛି ମାତ୍ରାରେ ମାଟି ଉଠାଇ ଅନିୟମିତତା କାମ କରିଥିବା ଶ୍ରମିକ ମାନେ କହିଛନ୍ତି। 



ତେବେ ବାଘଚୁଆ ମୁଣ୍ଡାରେ ମାଟି କାମ କରିଥିବା କେତେ ଜଣ ଶ୍ରମିକ ଏପର୍ଯ୍ୟନ୍ତ ଟଙ୍କା ପାଇନଥିବା କହୁଥିବା ବେଳେ ମନରେଗା ଯୋଜନାରେ ଏଭଳି ଅନିୟମିତତା କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି ।  ପଞ୍ଚାୟତର ଅଧିକାରୀ ମାନଙ୍କ ଉପରେ ଶ୍ରମିକ ମାନେ ଆଙ୍ଗୁଳି ଉଠାଉଛନ୍ତି। ଏ ସମ୍ପର୍କରେ କୁରସୁଡ଼ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଫୋନ କରିଥିଲେ  ହେଲେ ସେ ତାଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା।ତେବେ ଜିଲ୍ଲା ପ୍ରଶାସନ ସୁକୁନାଭଟା ଗାଁରେ ହୋଇଥିବା ମାଟି ଉନ୍ନତି କରଣ କାମ ଉପରେ ତଦାରଖ କରି ଉପରୋକ୍ତ ଅଧିକାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ମାନେ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS