BREAKING
Loading...
:

ଯାଜପୁର ଜିଲ୍ଲା ବୈରୀସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ*

 ଯାଜପୁର ଜିଲ୍ଲା ବୈରୀସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ*



 ପୂର୍ବାହ୍ନରେ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ (PTI), ବୈରୀ ପରିସରରେ ଓଡ଼ିଶା ପୋଲିସର ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା   ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ, ଗୁଇନ୍ଦା,ଶ୍ରୀ ଆର. ପି. କୋଚେ ଯୋଗଦେଇ ଆକର୍ଷଣୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ କୋଚେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବନ୍ଧୁକ ଚାଳନା ଦକ୍ଷତା ବୃଦ୍ଧି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଟି ପ୍ରତିଯୋଗୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ସୁନାମ ଓ ପରିଚୟ ରହିଛି, ଏହାକୁ ବଜାୟ ରଖିବାକୁ ସେ ଆହ୍ଵାନ ଦେଇଥିଲେ । ଏହାସହ କ୍ରୀଡ଼ା ଅନୁଶାସନ, ଖେଳୁଆଡ ମନୋଭାବ ଏବଂ ଦୃଢ଼ ଆତ୍ମବିଶ୍ୱାସ ସହିତ ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।


ଏହି ଚମ୍ପିୟାନସିପରେ ରାଜ୍ୟର ବିଭିନ୍ନ ରେଞ୍ଜ ଓ ବାଟାଲିୟନରୁ ୧୬ଟି ପୋଲିସ ଟିମ୍ ଅଂଶଗ୍ରହଣ କରିଛନ୍ତି। ଏଥିରେ ୨୬୫ ଜଣ ପୁରୁଷ ଓ ୪ ଜଣ ମହିଳାଙ୍କୁ ମିଶାଇ ସମୁଦାୟ ୨୬୯  ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ।


ଏହି ଚମ୍ପିୟାନସିପର ଉଦଘାଟନୀ ସମାରୋହରେ ଆଇଜିପି (ଏସଏପି) ଶ୍ରୀ ଗଜଭିୟେ ସତୀଶ କୁମାର, କମାଣ୍ଡାଣ୍ଟ PTI, ବୈରୀ ଶ୍ରୀ ଅଶୋକ କୁମାର ଦେହୁରୀ, କମାଣ୍ଡାଣ୍ଟ ଷଷ୍ଠ  ଓଏସଏପି, କଟକ, ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ନୀଳ ମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS