ସିନାପାଲିକୁ ଏନ୍ଏସି ଘୋଷଣା ଏବଂ ତାର କାର୍ଯ୍ୟକ୍ଷମ ସମଛେ ବିଧାନସଭାରେ ଗର୍ଜିଲେ ଖଡିଆଳ ବିଧାୟକ*
ସିନାପାଲି, ଛାମୁ ଯାହା ଦେଇଥିଲେ ହରସେ, ପାଉପାଉ ଗଲା ବରସେ, ସିନାପାଲି । ଏନ୍.ଏ.ସି. କାର୍ଯ୍ୟକ୍ଷମ ବିଲମ୍ବକୁ ନେଇ ଏଭଳି କଟାକ୍ଷ କରି ସରକାରଙ୍କୁ ପରିହାସ କହୁଛନ୍ତି ସିନାପାଲି ଅଞ୍ଚଳ ଳବାସୀ । ଏହି ଘଡିସନ୍ଧି ମୁହୁର୍ତ୍ତରେ ଚଳିତ ବିଧାନସଭା କକ୍ଷ କ୍ଷରେ ଖଡିଆଳ ବିଧାୟକ ଅଧୂରାଜ ମୋହନ ପାଣିଗ୍ରାହୀ ସିନାପାଲି ଏନ୍.ଏ.ସି. ସମନ୍ଧେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଏହା ବର୍ତ୍ତମାନ ସିନାପାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ଯେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଅନୁଗ୍ରହ କରି କହିପାରିବେ କି, ରାଜ୍ୟ ସରକାର ଚଳିତ ୨୦୨୪-୨୫ ଏବଂ ୨୦୨୫ – ୨୬ ବର୍ଷରେ କେତେ ଗୋଟି ଏନ୍.ଏ.ସି.ଏବଂ ମୁନିସିପାଲିଟି ଘୋଷଣା କରିବାକୁ ଯାଉଛନ୍ତି ଏହାର ଜିଲ୍ଲାୱାରି ଗୋଟିଏ ତାଲିକା ପ୍ରଦାନ କରିବେ କି, ଏବଂ ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲିକୁ ଏନ୍.ଏ.ସି. ଘୋଷଣା କରିଛନ୍ତି , ଏହା କେଉଁ ସମୟସୀମା ମଧ୍ୟରେ ନୂଆ ଏନ୍.ଏ.ସି. ରୁପରେ କାର୍ଯ୍ୟକ୍ଷମ ହେବ ? ବିଭାଗୀୟ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କର ଉତ୍ତରରେ କହିଛନ୍ତି ଯେ ରାଜ୍ୟ ସରକାର ଚଳିତ ବର୍ଷ ୨୦୨୫ –୨୬ ବର୍ଷରେ ୩୦ ଗୋଟି ଏନ୍.ଏ.ସି. ଏବଂ ୮ ଗୋଟି ମୁନିସିପାଲଟି ଘୋଷଣା କରିଛନ୍ତି । ଏହାର ଜିଲ୍ଲାୱାରି ତାଲିକା ‘ପରିଶିଷ୍ଟ–କ’ ରେ ସଂଳଗ୍ନ କରାଯାଇଛି । ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲିକୁ ଏନ୍.ଏ.ସି. ଘୋଷଣା କରାଯାଇଛି । ଓଡିଶା ପୌର ଅଧ୍ୱନୀୟମ, ୧୯୫୦ ଓ ନିର୍ଦ୍ଦେଶାବଳୀର ବ୍ୟବସ୍ଥା ଅନୁଯାୟୀ ଏନ୍.ଏ.ସି. ଗଠନ ନିମନ୍ତେ ସମସ୍ତ ପ୍ରକ୍ରିୟା ସମାପ୍ତ ହେବାପରେ ସିନାପାଲି ନୂଆ ଏନ୍.ଏ.ସି. ରୁପରେ କାର୍ଯ୍ୟକ୍ଷମ ହେବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق