ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଳରେ କୋଟି,କୋଟି ଟଙ୍କା ହରିଲୁଟ, ସାଧାରଣ ପାନୀୟ ଜଳ ପାଇଁ ଡହଳ ବିକଳ।
ବଲାଙ୍ଗୀର/ଟିଟିଲାଗଡ, -:
ଚଳିତ ବର୍ଷ ମାର୍ଚ୍ଚ ମାସ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଟାଣ ଖରା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି।
ରାଜ୍ୟ ର ତତଲାଗଡ ରୁପେ ଚିର ପରିଚିତ ଟିଟିଲାଗଡ ସବ ଡ଼ିଭିଜନ ଅଞ୍ଚଳ ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କେବଳ କାଗଜ ପତ୍ର ରେ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି।
ଟିଟିଲାଗଡ ବିଭାଗୀୟ ଜଳ ସମ୍ପଦ ଅଧିକାରୀ ବୃନ୍ଦାବନ ମେହେର ଦିର୍ଘ ଦିନ ଧରି ଏହି ଟିଟିଲାଗଡ ଓ ମୁରିବାହାଲ ଦୁଇ ଗୋଟି ବ୍ଲକ ଦାୟିତ୍ୱ ରେ ରହିଥିବା ତଥା ଜିଲ୍ଲା ଅଧିକାରୀ ଗଗନ କୁମାର କିଶାନ ଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଂଘ ପକ୍ଷରୁ ଦାବୀ କରାଯାଇ ଥିଲା । ସେହିପରି ରାଜରାସ୍ତାକୁ ଓହ୍ଲାଇବା ସତ୍ତ୍ଵେ ଏହି ପାନୀୟ ଜଳ ସମସ୍ୟା ଉତ୍କଟ ହୋଇ ରହିଛି । ମାଇଲ,ମାଇଲ ଦୂର ଯାଇ ଜଳ ସଂଗ୍ରହ କରି ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ବେଳେ ଏ ଦିଗରେ ପ୍ରଶାସନିକ ଅବହେଳା ପ୍ରକାଶ ପାଇଛି । କାର୍ଯ୍ୟରତ ଅଧିକାରୀ କେବଳ ନିଜ କାର୍ଯ୍ୟାଳୟ ରେ ମନଇଚ୍ଛା ରହି ମାସିକ ଦରମା ପାଉଥିବା ସାର ହୋଇଛି । ନୂତନ ରୂପେ ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ କିଶାନ ଯୋଗ ଦେଇ ମାସ,ମାସ ବିତି ଚାଲିଛି ସିନା ଏହି ପାନୀୟ ଜଳ ଯୋଗାଣ ସମସ୍ୟା ଉତ୍କଟ ରୂପ ଧାରଣ କରି ଥିବା ବେଳେ ତାର ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ । ଦକ୍ଷତା ର ଅଭାବ ସହ କାଗଜ କଲମରେ ଜାଲିଆତି କରି ସରକାରୀ ଟଙ୍କା ଖୋଲମ୍,ଖୋଲା ହଡପ କରି ଆସୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ମୁରିବାହାଲ ଓ ଟିଟିଲାଗଡ ଏହି ଦୁଇଟି ବ୍ଲକ ରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ନାମକୁ ମାତ୍ର ସୂଚନା ଫଳକ ଓ ପାଣି ଟାଙ୍କି ମାନ ଲକ୍ଷ, ଲକ୍ଷ ଟଙ୍କା ବ୍ୟୟ ଅଟକଳ ଦର୍ଶାଇ ନିର୍ମାଣ କରି ଦେଇ ଅବ୍ୟବହୃତ ଭାବେ ଛାଡ଼ି ଦିଆ ଯାଇଛି। ଲୋକେ ପାଣି ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ଆଗକୁ ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ଅବସ୍ଥା ଅତି ଶୋଚନୀୟ ବୋଲି ବିଭିନ୍ନ ମହଲ ରେ ମତ ପ୍ରକାଶ ପାଉଛି ।
ସେହିପରି ଟିଟିଲାଗଡ ନିକଟସ୍ତ ବାଙ୍କେଲ ଗ୍ରାମ ଠାରେ କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ରେ କାଙ୍କଡ଼ାଜୋର ବୁଡି ପ୍ରକଳ୍ପ ନିର୍ମାଣ କରାଯାଇ ଥିଲା ସିନା ତାହା ଏବେ ସମ୍ପୂର୍ଣ ପୋତି ହୋଇ ସରକାରୀ ଅର୍ଥ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ନିର୍ମାଣଧିନ କେନାଲ ଗୁଡ଼ିକ ଦ୍ଵାରା ସବୁ ଗ୍ରାମାଞ୍ଚଳ ଗୁଡ଼ିକୁ ସଂଯୋଗ କରାଯାଇଥିଲା। ହେଲେ ସବୁ ପୋତି ହୋଇ ପଡିଥିବା ବେଳେ ବିଭାଗୀୟ ଅଧିକାରୀ ଏହି ଅବ୍ୟବସ୍ଥା ଯୋଗୁଁ ଦାୟୀ ବୋଲି ଦୃଢ଼ ବିରୋଧ ସହ ଏ ଦିଗରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ନିଜେ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦୃଢ଼ ଦାବୀ ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق