BREAKING
Loading...
:

ବିଜିପୁର ରଥ ସାହିରୁ ବିରଳ ଆଲବିନୋ କମନ ଉଲ୍‌ଫ(ଚିତି) ସାପ ଉଦ୍ଧାର ହୋଇଛି।

 ବିଜିପୁର ରଥ ସାହିରୁ ବିରଳ ଆଲବିନୋ କମନ ଉଲ୍‌ଫ(ଚିତି) ସାପ ଉଦ୍ଧାର ହୋଇଛି।



 ବିଳମ୍ବିତ ରାତିରେ ସାହିର ଜନୈକ ବ୍ୟକ୍ତିଙ୍କ ଘରୁ ସାପକୁ ସ୍ନେକ ହେଲ୍ପ ଲାଇନ୍ ସଂଯୋଜକ ସ୍ବାଧୀନ ସାହୁ ଉଦ୍ଧାର କରିଛନ୍ତି ।  ଡିଏଫ୍‌ଓ ସନି ଖୋଖରଙ୍କ ପରାମର୍ଶକ୍ରମେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି। ସୂଚନା ମୁତାବକ,  ରାତିରେ ରଥ ସାହିର ନଳୀନି ପଣ୍ଡାଙ୍କ ଘର ବାଡ଼ିରେ ପାଚେରି ଉପରେ ସାପଟିଏ ଥିବା ପରିବାର ସଦସ୍ୟ ଦେଖୁଥିଲେ । ତାହାକୁ ଉଦ୍ଧାର କରିବାକୁ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ସ୍ବାଧୀନ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। କିନ୍ତୁ ସାପଟି ଦେଖିବାକୁ ପୁରା ଭିନ୍ନ ରହିଥିଲା। ସାପଟିର ଶରୀର ରଙ୍ଗ ପୁରା ଧଳା ରହିଥିଲା। ଆଖ୍ ଦେଖୁବାକୁ ଲାଲ୍। ଏ ନେଇ ସ୍ବାଧୀନ କହିଛନ୍ତି, ଏହା କମନ ଉଲଫ୍(ଚିତି) ସାପ। କିନ୍ତୁ ଆଲବିନୋ। ସହରରେ ସବୁଠି ଏହି ପ୍ରଜାତିର ଚିତି ସାପ ମିଳୁଛି । କିନ୍ତୁ ଆଲବିନୋ ମିଳିବା ବିରଳ। ସାପଟି ଅଣ୍ଡାରେ ରହିଥ‌ିବା ସମୟରେ ଏକ ନିର୍ଦ୍ଦିଷ୍ଟ ରୋଗ କାରଣରୁ ଏହି ପରି ଧଳା ରଙ୍ଗ ହୋଇଥାଏ। ସାପଟିର ଲମ୍ବ ପାଖାପାଖୂ ୨ ଫୁଟ ରହିଥ‌ିବା ସେ କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS