ଶାରଦା ପ୍ରସାଦ ରଥଙ୍କ ପରଲୋକ ରେ ସାହିତ୍ୟ ସମାଜ ତରଫରୁ ଶୋକ ପ୍ରକାଶ
ଆଠଗଡ,ଆଠଗଡ ସାହିତ୍ୟ ସମାଜର ସଭ୍ୟ ଶାରଦା ପ୍ରସାଦ ରଥଙ୍କ ପରଲୋକ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ବରିଷ୍ଠ ଉପଦେଷ୍ଟା ଆଇନୀଜୀବି ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା |, ସାହିତ୍ୟ ସମାଜ ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶୋକସଭା ରେ ପରଲୋକ ଗତ ସଭ୍ୟ ଶାରଦା ପ୍ରସାଦ ରଥଙ୍କ ସ୍ମୃତିଚାରଣ କରାଯାଇଥିଲା | ଏହି ସଭାରେ ସମ୍ପାଦକ ଲଲାଟେନ୍ଦୁ ସେନାପତି, ଉପସଭାପତି ବିଷ୍ଣୁ ପ୍ରସାଦ ସାହୁ, ସଦାନନ୍ଦ ପଟ୍ଟନାୟକ, ସୁବାଷ ଚନ୍ଦ୍ର ରାଉତ, ଶ୍ୟାମାନନ୍ଦ ମହାରଣା, ପୁର୍ଣଚନ୍ଦ୍ର ସ୍ୱାଇଁ, ଦୀପାଳି ଦାଶ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment