BREAKING
Loading...
:

ଯୋଗିଯୋଗିଆଣି ପୀଠରେ ୧୯୭୧ ମସିହା ମାଟ୍ରିକ ବ୍ୟାଚ ବନ୍ଧୁମିଳନ

 ଯୋଗିଯୋଗିଆଣି ପୀଠରେ ୧୯୭୧ ମସିହା ମାଟ୍ରିକ ବ୍ୟାଚ ବନ୍ଧୁମିଳନ             


              ଗଣିଆ (ମଣିଭଦ୍ରା ଖବର )  ଗଣିଆ ବ୍ଳକର ଅଗ୍ରଣୀ ଶିକ୍ଷାନୁଷ୍ଠାନ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୧-୭୨ ମସିହାର ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ  ଏକ ବନ୍ଧୁମିଳନ ଉତ୍ସବ ଯୋଗିଯୋ଼ଗିଆଣୀ ପବିତ୍ର ବୈଦ୍ଧପୀଠରେ  ଅନୁଷ୍ଠିତ ହୋଇଥିଲା | ଆରମ୍ଭରେ  ନାରାୟଣ ପଣ୍ଡା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ।  ରାଜକିଶୋର ଦାଶ ଓ  ବୈଦ୍ୟନାଥ ପଣ୍ଡା ତାଙ୍କୁ ସହୟତା କରିଥିଲେ। ତାପରେ ବନ୍ଧୁ  ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସୁପୁତ୍ର  ପରମହଂସ ପ୍ରାଣ ଦାସ ଶ୍ରୀକୃଷ୍ଣଙ୍କ ବିଷୟରେ ପ୍ରବଚନ ଦେଇଥିଲେ। ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ତଥା ସଙ୍ଗୀତ ବନ୍ଧୁ ଓ ବନ୍ଧୁ ପତ୍ନୀମାନେ ପରିବେଷଣ କରିଥିଲେ।

     ଉକ୍ତ ଉତ୍ସବରେ ଅକ୍ଷୟ  କୁମାର ନାୟକ,ରବିନ୍ଦ୍ର ନାଥ ସାହୁ, ଦୁର୍ଯୋଧନ ମହାନ୍ତି,ପ୍ରଫୁଲ କୁମାର ସାହୁ,ଦୁର୍ଯ୍ୟୋଧନ ପରିଡ଼ା, ନାରାୟଣ ପଣ୍ଡା, ରାଜ କିଶୋର ଦାଶ,ଗୋବିନ୍ଦ ମିଶ୍ର, ବୈଦ୍ୟନାଥ ପଣ୍ଡା, ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁଦର୍ଶନ ପଣ୍ଡା,ସୁରେନ୍ଦ୍ର ମହାପାତ୍ର, ମାୟାଧର ପଟ୍ଟନାୟକ,ପଦ୍ମ ଚରଣ ପ୍ରଧାନ ,ସୁଦର୍ଶନ ସାହୁ, ଭରତ ଚନ୍ଦ୍ର ପଣ୍ଡା,ବସନ୍ତ କୁମାର ମୁଦୁଲି, ଫକୀର ବାଘ, ମଥୁରା ନାୟକ, ଗୌରାଙ୍ଗ ସାହୁ,ବିହାରୀ ସାହୁ ,  ଜମ୍ବେଶର ପ୍ରଧାନ, ପ୍ରଫୁଲ ମହାନ୍ତି, ନବ ପଟ୍ଟନାୟକ, ପ୍ରାୟ ସମସ୍ତେ ସସ୍ତ୍ରୀକ ୫୦ ରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ଉକ୍ତ ଉତ୍ସବରେ ଅକ୍ଷୟ କୁମାର ନାୟକଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ଉପସ୍ଥିତ ବନ୍ଧୁ ସପରିବାର ନିଜ ବିଷୟରେ ପରିଚୟ ପ୍ରଦାନକଲେ।ପରେ ଇହଧାମ ତ୍ୟାଗ କରିଥିବା ଶିକ୍ଷକ ଓ ସହପାଠୀଙ୍କ ଅମର ଆତ୍ମାର ସଦଗତି ପାଇଁ ଭାଗବାନଙ୍କ ନିକଟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆମର ପ୍ରିୟ ବନ୍ଧୁ  ମନୋରଞ୍ଜନ ଦାଶଙ୍କ ଦୁର୍ଘଟଣା ଯୋଗୁ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । ସେ ସସ୍ତ୍ରୀକ ସୁଦୂର ବେଙ୍ଗାଲୁରୁରୁ ଆମ ସହ ମିଳିତ ହେବାପାଇଁ ଆସି ପୁରୀ ପହଞ୍ଚିଥିଲେ। ତାଙ୍କର ଆଶୁ ଆରୋଗ୍ୟ କାମନା କରି ସମସ୍ତ ଉପସ୍ଥିତ ବନ୍ଧୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ୩ଥର ଉଚ୍ଚାରଣ କରିଥିଲେ। ପରେ ଗୁରୁ ବନ୍ଦନା କରାଯାଇଥିଲା । ସମସ୍ତ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।  ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସ୍ଵଲିଖିତ ପୁସ୍ତକ ଓ ଶ୍ରୀ ଅକ୍ଷୟ କୁମାର ନାୟକଙ୍କ ତରଫରୁ ସମସ୍ତଙ୍କୁ କ୍ୟାଲେଣ୍ଡର ପ୍ରଦାନ କରାଯାଇଥିଲା। ଭକ୍ତ କାର୍ଯ୍ୟକ୍ରମଟି ରବିନ୍ଦ୍ରନାଥ ସାହୁ, ଦୁର୍ଯ୍ୟୋଧନ ମହାନ୍ତିଙ୍କ ଉଦ୍ୟମରେ ସୂଚାରୁ ରୂପେ ସମ୍ପାଦନ ହୋଇଥିଲା । ପରିଶେଷରେ  ମଥୁରା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭୋଜନ ପରେ ସମସ୍ତେ ନିଜ ନିଜ ଘରକୁ ପ୍ରସ୍ଥାନ କରିଥିଲେ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS