ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ,ଅଭିଯୁକ୍ତ ବୁଝୁଥିବା ଭାଷାରେ ଲିଖିତ ଭାବେ ଜଣାଇବେ ପୁଲିସ୍
ଅଭିଯୁକ୍ତଙ୍କୁ ଗିରଫ ପୂର୍ବରୁ ତାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି ବୋଲି କହିଦେଲେ ହେବ ନାହିଁ । ଗିରଫ ବା ଅଟକ ପୂର୍ବରୁ ପୁଲିସ୍ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇବା ସହ ଏନେଇ ତାଙ୍କର ଏକ ସମ୍ମତିପତ୍ର ଆଣିବାକୁ ପଡ଼ିବ । ଅଭିଯୁକ୍ତ ଯେଉଁ ଭାଷା ବୁଝୁଥିବେ ସେହି ଭାଷାରେ ପୁଲିସ୍ ତାଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଜଣାଇବାକୁ ବାଧ୍ୟ ବୋଲି ହାଇକୋର୍ଟ ଏକ ଜାମିନ ମାମଲାର ରାୟ ପ୍ରକାଶ କରି କହିଛନ୍ତି ।
ଗିରଫଦାରୀ ସମୟରେ ପୁଲିସ୍ ଅଧିକାରୀମାନେ ଏହି ନିୟମକୁ ଅନୁସରଣ କରୁନଥିବାରୁ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ଜାମିନ୍ରେ ଖସି ଯାଉଥିବାରୁ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଅଦାଲତ ଏହିଭଳି ଅନେକ କେସ୍ ଦେଖୁଛନ୍ତି, ଯେଉଁଥିରେ ପୁଲିସ୍ ଅଧିକାରୀମାନେ ଗିରଫଦାରୀ ସମୟରେ ନିୟମକୁ ଉପଯୁକ୍ତ ଅନୁସରଣ କରୁନାହାନ୍ତି । ଏନେଇ ଗୃହ ବିଭାଗ ସଚିବ ଏବଂ ପୁଲିସ୍ ଡିଜି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପୁଲିସ୍ ଅଧିକାରୀଙ୍କୁ ଏହି ଆଇନ ସଂକ୍ରାନ୍ତରେ ଅବଗତ କରିବା ଲାଗି ସ୍ୱତନ୍ତ୍ର ତାଲିମ୍ ଦେବାକୁ ହାଇକୋର୍ଟ ଗୃହ ବିଭାଗ ସଚିବ ଏବଂ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ କପିକୁ ଉଭୟ ଅଧିକାରୀଙ୍କୁ ପ୍ରଦାନ ଲାଗି ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق