BREAKING
Loading...
:

ଗୀତଗୋବିନ୍ଦ କାବ୍ୟକୁ ୫୨ମିଟର ବସ୍ତ୍ରରେ ଜୟଦେବଙ୍କ ସ୍ମୃତିକୁ ଖଣ୍ଡୁଆ ପାଟ ବସ୍ତ୍ର ମାଧ୍ୟମରେ ଜଗନ୍ନାଥଙ୍କୁ ଅର୍ପଣ

 ଗୀତଗୋବିନ୍ଦ କାବ୍ୟକୁ ୫୨ମିଟର ବସ୍ତ୍ରରେ ଜୟଦେବଙ୍କ ସ୍ମୃତିକୁ ଖଣ୍ଡୁଆ ପାଟ ବସ୍ତ୍ର ମାଧ୍ୟମରେ ଜଗନ୍ନାଥଙ୍କୁ ଅର୍ପଣ 




ପଦ୍ମଶ୍ରୀ  ସମ୍ମାନିତ ହେବେ ବାନ୍ଧ ଶିଳ୍ପୀ ଶରତ କୁମାର ପାତ୍ର 

ବାଙ୍କୀ,୧୪/୨(ମାନସ ରଞ୍ଜନ ସାହୁ ): ପଦ୍ମଶ୍ରୀ ଉପାଧିରେ ମନୋନିତ ହୋଇଥିବା ନୂଆପାଟଣା ଗ୍ରାମର ବିଶିଷ୍ଟ ବାନ୍ଧଶିଳ୍ପୀ ଶରତ କୁମାର ପାତ୍ରଙ୍କୁ ଆଜି ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମର ଯୁବବନ୍ଧୁ ଭବନ ଠାରେ  ଆଦର୍ଶ ଯୁବପରିଷଦ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ  ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ସମର୍ପଣ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ.ପ୍ରଭାତ କୁମାର ପ୍ରଧାନ ଯୋଗଦାନ କରି ପଦ୍ମଶ୍ରୀ ପାତ୍ର ସାରା ଓଡ଼ିଶାର ଗର୍ବ ଓ ଗୌରବ ଭାବେ ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥି ଭାବେ କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଯୋଗଦାନ କରି ପଦ୍ମଶ୍ରୀ ପାତ୍ର ଆମ ଅଂଚଳର ଜଣେ ଗୌରବମୟ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପଦ୍ମଶ୍ରୀ ପାତ୍ରଙ୍କୁ କେନ୍ଦ୍ର ସରକାର ମନୋନୀତ କରିଥିବାରୁ ତାହା ଯଥାର୍ଥତା ସମ୍ମାନ ପ୍ରଦାନ କରିଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କୁମର ପ୍ରଧାନ, କିଶୋର ନୀଳମାଧବ ମିଶ୍ର, ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ, କବି ଲଲାଟେନ୍ଦୁ ପଣ୍ଡା, ସମାଜସେବୀ ଶ୍ରୀନିବାସ ବେହେରା, ଅଜୟ କୁମାର ସ୍ୱାଇଁ, ଅଙ୍କିତ୍ କୁମାର ସାମଲ, ଯାଜ୍ଞସେନୀ ରଣା, ସବିତା ମଲିକ, ସୁଲଗ୍ନା ନନ୍ଦ, ନିର୍ମଳ ଦାଶ, ବରିଷ୍ଠ ସାମ୍ବାଦିକ ଅନନ୍ତ ପଟ୍ଟନାୟକ, ଭାରତୀ ରାଉତ, ଅଙ୍କିତ ଭଞ୍ଜ, ଶଶିଭୂଷଣ ତ୍ରିପାଠୀ , ଶ୍ରୀପାତ୍ରଙ୍କ ଧର୍ମପତ୍ନୀ ଯଶୋଧାରା ପାତ୍ର, ଯୋଗଗୁରୁ ପ୍ରଶାନ୍ତ କୁମାର ପଣ୍ଡା, ବଳଭଦ୍ର ରଣା, ସୁଚିସ୍ମିତା ରାଉତ, ଅର୍ପିତ ରାଉତ, ଓମ୍ ପ୍ରକାଶ ରଣା, ସର୍ବେଶ୍ୱର ରଣା ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପଦ୍ମଶ୍ରୀ ଶ୍ରୀ ପାତ୍ର ଜଣେ ବାନ୍ଧଶିଳ୍ପୀ ଭାବେ ଏବଂ ଗୀତଗୋବିନ୍ଦ କାବ୍ୟକୁ ୫୨ମିଟର ବସ୍ତ୍ରରେ ଜୟଦେବଙ୍କ ସ୍ମୃତିକୁ ଖଣ୍ଡୁଆ ପାଟ ବସ୍ତ୍ର ମାଧ୍ୟମରେ ପ୍ରସ୍ତୁତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରିଥିଲେ । ଏହି କାର୍ଯ୍ୟପାଇଁ ତାଙ୍କୁ ୭ବର୍ଷ ସମୟ ଲାଗିଥିଲା ବୋଲି ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । କୌଳିକ ବୃତ୍ତିକୁ ଆଦରୀ ନେଇ ତ୍ୟାଗ ଓ ପରିଶ୍ରମ ବଳରେ ସେ ଆଜି ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ବୋଲି ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । ଶେଷରେ ପ୍ରସନ୍ନ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS