BREAKING
Loading...
:

ରୋଜାଲିନଙ୍କୁ ସମ୍ବର୍ଦ୍ଧିତ କଲେ ସମିତି ସଭ୍ୟ ଫକୀର ମୋହନ ଡାକୁଆ

 ରୋଜାଲିନଙ୍କୁ ସମ୍ବର୍ଦ୍ଧିତ କଲେ ସମିତି ସଭ୍ୟ ଫକୀର ମୋହନ ଡାକୁଆ 


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ପ୍ରଥମ ମହିଳା ବିଏସ୍ଏଫ୍ ଭାବେ କୃତକାର୍ଯ୍ୟ ହୋଇଛନ୍ତି ଗଣିଆ ପଞ୍ଚାୟତ ୮ନ° ଓ୍ବାର୍ଡ ବାସିନ୍ଦା ପରୀକ୍ଷିତ ବେହେରାଙ୍କ ଝିଅ ରୋଜାଲିନ ବେହେରା । କଠିନ ପରିଶ୍ରମ ଏବଂ ଦୃଢ ଇଛାଶକ୍ତି ବଳରେ ସେ ଏହି ସଫଳତା ହାସଲ କରିଛନ୍ତି । ଗଣିଆ ବ୍ଳକର ପ୍ରଥମ ମହିଳା ବିଏସ୍ଏଫ୍ ଭାବେ ସେ ଦେଶ ମାତୃକାର ସେବା କରିବାକୁ ଆଗେଇ ଆସିଛନ୍ତି । ତେବେ ଗଣିଆ ପଞ୍ଚାୟତ ସମିତି ସଭ୍ୟ ଫକୀର ମୋହନ ଡାକୁଆ ସୋମବାର ରୋଜାଲିନଙ୍କ ଘରେ ଭେଟି ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ଡାକୁଆ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କ ମାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ରୋଜାଲିନଙ୍କ ସଫଳତା ଗଣିଆ ପାଇଁ ଗର୍ବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS