BREAKING
Loading...
:

ଭାରତ ବୋଲି°ରେ ପାକିସ୍ଥାନ ଧରାଶାୟୀ,ହାଇଭୋଲଟେଜ ମ୍ୟାଚରେ ପାକିସ୍ଥାନ ବିପକ୍ଷରେ ଭାରତର ଦମଦାର ବିଜୟ

 ପାକିସ୍ଥାନ ବିପକ୍ଷରେ ଭାରତର ଦମଦାର ବିଜୟ 



ବ୍ୟୁରୋ (ମଣିଭଦ୍ରା ଖବର) ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଟି-ଟ୍ବେଣ୍ଟି ବିଶ୍ଵକପର ହାଇ ଭୋଲଟେଜ ମ୍ୟାଚରେ ପାକିସ୍ଥାନ ବିପକ୍ଷରେ ଭାରତର ଦମଦାର ବିଜୟ ହୋଇଛି । ପାକିସ୍ଥାନ ଟସ୍ ଜିତି ପ୍ରଥମେ ଫିଲଡି°  ନିଷ୍ପତ୍ତି ନେଇଥିଲା । ଭାରତ ଇଶାନ କିଶାନଙ୍କ ଧୁଆଁଧାର ୭୭ ରନ୍ ଜରିଆରେ ୨୦ ଓଭରରେ ୭ ଉଇକେଟ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା । ଜବାବରେ ପାକିସ୍ଥାନ ମାତ୍ର ୧୧୪ ରନ୍ ସଂଗ୍ରହ କରି ମ୍ୟାଚଟିକୁ ହାରି ଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି, ଅକ୍ଷର ପଟେଲ ୨ଟି ,ବରୁଣ ଚକ୍ରବର୍ତ୍ତୀ ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅନ୍ୟ ସମସ୍ତ ବୋଲର ଗୋଟିଏ ଲେଖାଏଁ  ଉଇକେଟ ଅକ୍ତିଆର କରିଥିଲେ । ଭାରତ ବୋଲି°ରେ ପାକିସ୍ତାନ ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା । ଭାରତର ବିଜୟ ପରେ ସବୁଠାରେ ବିଜୟ ଉତ୍ସବ ପାଳନ କରାଯାଇଛି । କ୍ରିକେଟ ପ୍ରେମୀ ବାଜା ବାଣ ଫୁଟାଇ ଖୁସି ମନାଇଛନ୍ତି । ଶିବରାତ୍ରି ଅବସରରେ ଭାରତର ବିଜୟ କାମନା କରାଯାଇଥିବା ବେଳେ ଭୋଳାବାବା ଭାରତୀୟଙ୍କ ଡାକ ଶୁଣିଛନ୍ତି । 

ମଣିଭଦ୍ରା ଖବର 

Post a Comment

أحدث أقدم
Header ADS