ବେଲପଡାପାଟଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ମହାପାତ୍ରଙ୍କ ପରଲୋକ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତ ବିଜୟନଗର ଗ୍ରାମର ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗଣିଆ ମେଡିକାଲକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଅକ୍ସିଜେନ ଲାଗିବା କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ବେଲପଡାପାଟଣା ସରପଞ୍ଚ ଭାବେ ଅନେକ ଜନହିତକର କାର୍ଯ୍ୟ କରି ଯାଇଛନ୍ତି । ବିଜୟନଗର ଗ୍ରାମର ଜଣେ ପରିଚିତ ଚେହେରା ଭାବରେ ବେଶ୍ ଜଣାଶୁଣା । ପ୍ରତ୍ୟେକ ସମୟରେ ଅନ୍ୟକୁ ହସାଉଥିବା ଲୋକଟିର ଅକାଳରେ ଜୀବନ ଚାଲିଯିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق