BREAKING
Loading...
:

ବାଲ୍ୟ ବିବାହ ମୁକ୍ତିରଥ ଉଦଘାଟନ କଲେ ଜିଲ୍ଲାପାଳ

 ବାଲ୍ୟ ବିବାହ ମୁକ୍ତିରଥ ଉଦଘାଟନ କଲେ ଜିଲ୍ଲାପାଳ 


ନୟାଗଡ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲ୍ୟବିବାହ ମୁକ୍ତିରଥ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହି ରଥକୁ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ° ଦେବାଶିଷ ପଟ୍ଟନାୟକ,ସିଡବ୍ଳୁସିର କର୍ମକର୍ତ୍ତା,ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ,ଶିଶୁ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ରଥ ନୟାଗଡ ଜିଲ୍ଲାର ୮ଟି ବ୍ଳକ ପରିଦର୍ଶନ କରିବ ବୋଲି ଜଣାପଡିଛି । ଏହି ଅବସରରେ ଏକ ଦସ୍ତଖତ ଅଭିଯାନରେ ସମସ୍ତ ଅତିଥି ମାନେ ଦସ୍ତଖତ ପ୍ରଦାନ କରିଥିଲେ । 



ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS