ରାୟଗଡା ଜିଲ୍ଲା ଖାଉଟି କମିଶନଙ୍କ ଦ୍ୱାରା HDFC EGRO General ବୀମା କମ୍ପାନୀ ଦଣ୍ଡିତ।
ରାୟଗଡା ଜିଲ୍ଲା ଖାଉଟି ବିବାଦ ବିଚାର କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ. କମିଶନଙ୍କ ଦ୍ୱାରା HDFC ERGO Genaral insurance କମ୍ପାନୀ ଦଣ୍ଡିତ। ଦୁର୍ଘଟଣା ରେ କ୍ଷତିଗ୍ରସ୍ତ କାର ର କ୍ଷତି ପୂରଣ ଦେବାରେ ଅହେତୁକ ଅବହେଳା କରିଥିବା ଅଭିଯୋଗରେ ବୀମା କମ୍ପାନୀକୁ କମିଶନ ଦଣ୍ଡିତ କରିଛନ୍ତି।
ଉପଭୋକ୍ତା ଙ୍କୁ ଗାଡି ମରାମତି ବାବଦରେ ୨୭,୯୬୯ ଟଙ୍କା କ୍ଷତିପୂରଣ ସହ ୭ ମାର୍ଚ୍ଚ ୨୦୨୫ ତାରିଖ ଠାରୁ ୯% ସୁଧ ଲାଗୁ କରିଛନ୍ତି।
ମାମଲା ଖର୍ଚ୍ଚ ସ୍ୱରୂପ ଉପଭୋକ୍ତା ଙ୍କୁ ୫,୦୦୦ ଟଙ୍କା ଦେବାକୁ ମଧ୍ୟ ଆଦେଶ ଦେଇଛନ୍ତି। ଆଦେଶ ର
୨୫ ଦିନ ମଧ୍ୟରେ ଟଙ୍କା ପୈଠ ନ କଲେ ୧୨% ବୃଦ୍ଧିତ ସୁଧ ଲାଗୁ ହେବ ବୋଲି ନିର୍ଦେଶ ଦେଇଛନ୍ତି.
13.12.2024 ତାରିଖ ସନ୍ଧ୍ୟାରେ
ବରିଷ୍ଠ ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁଙ୍କ କାର ଟି କୋରାପୁଟ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା. ଶତ ପ୍ରତିଶତ ବୀମା ଦାବିଦାର ପଲିସୀ ଭୁକ୍ତ ରହିଥିବା ସତ୍ୱେ HDFC ERGO Genaral insurance କମ୍ପାନୀ କ୍ଷତିପୂରଣ ଦେବାରେ ବିଳମ୍ବ କରିଥିଲା। ଏହାର ପ୍ରତିବାଦ ରେ ନ୍ୟାୟ ପାଇଁ ସାମ୍ବାଦିକ କୀର୍ତି ସାହୁ ଖାଉଟି ବିବାଦ ବିଚାର ଆୟୋଗ ଙ୍କ ଦ୍ୱାରସ୍ଥ ହୋଇଥିଲେ। ବିମା କମ୍ପାନୀ ବିରୋଧରେ 11/2025 ମାମଲା ଦରଜ ହୋଇଥିଲା.
ଆୟୋଗ ର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା ଓ ସଦସ୍ୟ ଶତୀଶ କୁମାର ପାଣିଗ୍ରାହୀ ଉଭୟ ପକ୍ଷଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ନଥି ପ୍ରମାଣ କୁ ଯାଞ୍ଚ କରି ବୀମା କମ୍ପାନୀ କୁ ଦଣ୍ଡିତ କରିଛନ୍ତି.
ଉପଭୋକ୍ତା ଙ୍କ ପକ୍ଷରୁ ଆଇନ ଜୀବି ଲାବଣ୍ୟ ମୋହନ ପଟନାୟକ ଓ ବୀମା କମ୍ପାନୀ ପକ୍ଷରୁ ନିତୁ ରାୟ ମାମଲା ଲଢ଼ୁଥୁଲେ. ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment