BREAKING
Loading...
:

ମଦ ଭାଟି ମ୍ୟାନେଜର ଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ।

 ମଦ ଭାଟି ମ୍ୟାନେଜର ଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ।





ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡି ଛକ ଠାରେ ଜଣେ ଦେଶୀ ମଦ ଭାଟି ମ୍ୟାନେଜର ଙ୍କୁ ମରଣାନ୍ତକ ଆକ୍ରମଣ ସହ ନିକଟସ୍ତ ବିୟର ବାର ରେ ପସି ମ୍ୟାନେଜର ଙ୍କୁ ଆକ୍ରମଣ ସହ ବ୍ୟାପକ ଭଙ୍ଗରୁଜା କରିଥିବା ଲିଖିତ ଅଭିଯୋଗ ହୋଇଛି । ପ୍ରକାଶ ଯେ,ଏହି ବଡ଼ମାଳ ଗୋଳାବାରୁଦ କାରଖାନାର ମୁଖ୍ୟ ଛକ ଠାରେ ଥିବା ବିୟର ବାର କୁ ପ୍ରାୟ ସାତ ଜଣ ଅସାମାଜିକ ଯୁବକ ଯେଉଁ ମାନଙ୍କ ନାଁ ରେ ବିଭିନ୍ନ ଥାନା ରେ ମାମଲା ମାନ ରୁଜ୍ଜୁ ରହିଛି ସେହି ଛକ ଠାରେ ମଦ ର ଆସର ଜମାଇ ଥିଲେ । ଉକ୍ତ ଯୁବକ ଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ମଦ କମ ହେବାରୁ ରାଜେଶ ସାହୁ ଓ ମଦର୍ ବେହେରା ମଦ ଆଣିବା କୁ ବାର କୁ ଯାଇ ଫେରିବା ବେଳକୁ ଦେଶୀ ମଦ ଭାଟି ମ୍ୟାନେଜର ଙ୍କୁ ଏକ ଟାଙ୍ଗିଆ ରେ ରାଜେଶ୍ ସାହୁ ମରଣାନ୍ତକ ଆକ୍ରମଣ କରି ଥିବା ବେଳେ ମଦର୍ ଏକ ଧାରୁଆ ପଥର ରେ ଅତର୍କିତ ଆକ୍ରମଣ କରି ଥିଲେ । ସେହିପରି ବାର ର ମ୍ୟାନେଜର ଆସିଯିବା ରୁ ତାଙ୍କୁ ଆକ୍ରମଣ ସହ ବାର ଭିତରେ ପଶି ଭଙ୍ଗା, ରୁଜା କରି ବାର ବନ୍ଦ କରିବାକୁ ଧମକ ଦେଇଥିବା ଲିଖିତ ଅଭିଯୋଗ ହୋଇଛି । ଟାଙ୍ଗିଆ ଧରି ଉକ୍ତ ଛକ ରେ ବୁଲିବା ସହ ଦୋକାନ, ବଜାର ଲୋକେ ଭୟ ରେ ବନ୍ଦ କରି ଦେଇଥିଲେ । ଗୁରୁତର ଭାଟି ମ୍ୟାନେଜର ସଞ୍ଜୟ ପ୍ରସାଦ ଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଡାକ୍ତରଖାନା ନେଇ ଥିବା ବେଳେ ଅବସ୍ଥା ଗୁରୁତର ଥିବା ରୁ ଡାକ୍ତର ବଲାଙ୍ଗୀର ଭୀମ ଭୋଇ ମ୍ୟାଡ଼ିକାଲ୍ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରିଥିଲେ । ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପ୍ରକାଶ ପାଇଛି । ଏକ ମାମଲା ରୁଜ୍ଜୁ କରି ଆକ୍ରମଣ କାରି ଙ୍କୁ ଗିରଫ କରିବା ପାଇଁ ସଇଁତଳା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଥିବା ପ୍ରକାଶ ପାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS