BREAKING
Loading...
:

ଦାଶିଆ ଅଜା ସଂଗ୍ରହାଳୟ ବୁଲିଲେ ଛାତ୍ର ଛାତ୍ରୀ

 ଦାଶିଆ ଅଜା ସଂଗ୍ରହାଳୟ ବୁଲିଲେ ଛାତ୍ର ଛାତ୍ରୀ 



ନୂଆଗାଁ ( ମଣିଭଦ୍ରା ଖବର) ଦଶପଲ୍ଲା ର ବଣ ପାହାଡ଼ ଘେରା ଉଦୟପୁର ସାରସ୍ୱତ ତୀର୍ଥ ରେ ପ୍ରବାଦ ପୁରୁଷ ବିସ୍ମୟ ସାଧକ ପ୍ରଖ୍ୟାତ ସଂଗ୍ରାହକ ଦାସିଆ ଅଜାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଦେଖି ଖୁବ ଖୁସି ପ୍ରକଟ କଲେ ଓ ଜ୍ଞାନ ଆହରଣ କଲେ ଏବଂ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ଗଣିଆ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର 50 ଜଣ ଛାତ୍ର, ଛାତ୍ରୀ ଏବଂ ଗୁରୁଜୀ ଗୁରୁମା ମାନେ l ସୂଚନା ଥାଉକି ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟରେ ଏକ 1 ଲକ୍ଷ୍ୟ 50 ହଜାର ପୁରାତନ ଓ ଆଧୁନିକ ପୁସ୍ତକ, ପତ୍ର, ପତ୍ରିକା ଏବଂ ଆଦିମ ସଭ୍ୟତା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ, ବିଦେଶର ହଜାର ହଜାର ପୁରାତନ ଓ ବିରଳ ସାମଗ୍ରୀ ମାନ ସଂଗୃହିତ ହୋଇ ରହିଛି l ଦେଶ, ବିଦେଶର ଦର୍ଶକ ଓ ପର୍ଯ୍ୟଟକ ମାନଙ୍କୁ ଏହା ଖୁବ ଆକର୍ଷିତ କରୁଛି l ଦାସିଆ ଅଜା ଆଜି ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ ଏବଂ ଓଡିଆ ଅସ୍ମିତାର ଜୀବନ୍ତ ପ୍ରତୀକ ଭାବେ ସୁ ପ୍ରସିଦ୍ଧ ଅଟନ୍ତି l

Post a Comment

أحدث أقدم
Header ADS