BREAKING
Loading...
:

ଅନିୟମିତତା ଭିତରେ ଗତି କରୁଛି ପାଠାଗାର

 



ବ୍ରହ୍ମପୁର, ବିଜିପୁର ସନ୍ତୋଷୀମା ମନ୍ଦିର ସାମନାରେ ଥିବା ସୂଚନା ଲୋକ ସଂପର୍କ  ପାଠାଗାର, କିଛି ଦିନ ହେଲା ଅନିୟମିତତା ଭିତରେ ଗତି କରୁଥିବା ଏଠି ନଜିର ଅଛି, ଏହି ପାଠାଗାରରେ ପୂର୍ବ ରୁ ଯେପରି ଲାଇବ୍ରେରୀ ପୋଷ୍ଟ ଏବଂ ତାହା ସହ ଗୋଟିଏ ଲିଟେରଟ୍ ପିଅନ,ଓ ରାତ୍ର ଜଗୁଆଳି, କାର୍ଯ୍ୟ ତୁଲାଉ ଆସୁଥିଲେ, ବର୍ତ୍ତମାନ ସମୟରେ ଏସବୁ ପଦ ଖାଲି ରହିଥିବା ନଜିର ଅଛି, ପୂର୍ବରୁ ପାଠାଗାର ପାଇଁ ଗୋଟିଏ ଆଉଟସୋସିଙ୍ଗ ପିଅନ ପଦବୀ ନିଯୁକ୍ତି ଥାଇ ମଧ୍ୟ ଏଠି କିଏ ଡ୍ୟୁଟି କରୁନଥିବା ଜଣାପଡିଛି, ବର୍ତ୍ତମାନ କିଛି ଦିନ ହେଲା, ପାଠାଗାର ନିୟମ ଅନୁଯାୟୀ ଖୋଲିବା ବଦଳରେ ବନ୍ଦ ହୋଇରହିଥିବା ନଜିର ଅଛି, ଯେହେତୁ ଆଜି ମଧ୍ୟ ବର୍ତ୍ତମାନ ସମୟରେ ପାଠାଗାର ବନ୍ଦ ରହିଛି, ଏସବୁକୁ ଦେଖି ଦୈନିକ ପାଠକ ମାନେ ଏଠାକୁ ଆସି ତାଲା ବନ୍ଦ ଥିବା ଦେଖି , ଅସନ୍ତୋଷ ଭାବରେ ଫେରୁଥିବା ନଜିର ଅଛି, ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ପାଠକ ବହୁ ମାତ୍ରାରେ ଉପକୃତ ହେବେ, ସାଧାରଣ ପାଠକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS