BREAKING
Loading...
:

ଏପ୍ରିଲ ୨୭ ତାରିଖରୁ ଖରାଛୁଟି

 



ବ୍ୟୁରୋ (ମଣିଭଦ୍ରା ଖବର) ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଳା । ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ଡହ ଡହ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨୭ ତାରିଖରୁ ଖରାଛୁଟି ପାଇଁ ଘୋଷଣା କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଥିବା ଜଣାପଡିଛି । ତାତିରୁ ରକ୍ଷା ପାଇବା ପାଇଁ ଏହି ଆଗୁଆ ଛୁଟି ଘୋଷଣା କରାଯାଇଛି  । ଯେଉଁଥିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ।

ମଣିଭଦ୍ରା ଖବର 

Post a Comment

أحدث أقدم
Header ADS