ବ୍ରହ୍ମପୁର ଅନେଶ୍ଵା କଳା କେନ୍ଦ୍ର ପକ୍ଷରୁ ଓଡ଼ିଶା ସଂସ୍କୃତିର ଝଲକ ‘ଭଞ୍ଜ ମାଟିର ମହକ ମହୋତ୍ସବ, ସଭିଙ୍କ ମନ ମୋହିଲା
ବ୍ରହ୍ମପୁର-:
ରାଜଧାନୀ ଦିଲ୍ଲୀରେ ଦୁଇଦିନିଆ ଭଞ୍ଜ ମାଟିର ମହକ ମହୋତ୍ସବ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଯୋଗ ଦେଇ କହିଲେ ଯେ , ମହୋତ୍ସବରେ ଓଡ଼ିଶା ମାଟିର ସଂସ୍କୃତି ଓ ପରମ୍ପରା ଅତି ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ଓଡ଼ିଶାର ସଂସ୍କୃତି ଅତି ଉଚ୍ଚକୋଟୀର। ଏହି ଭଳି କାର୍ଯ୍ୟକ୍ରମରୁ ଯୁବପିଢି ଓଡିଶାର ସଂସ୍କୃତି ଓ ପରମ୍ପରା ପ୍ରସଙ୍ଗରେ ଜ୍ଞାନ ହାସଲ କରିବେ ବୋଲି ସେ ପ୍ରକାଶ କରିଥିଲେ। ଶେଖାୱତ ତାଙ୍କ ଭାଷଣ ଜୟ ଜଗନ୍ନାଥ କହି ଶୁଭାରମ୍ଭ କରିଥିଲେ। ଦୁଇଦିନିଆ ଭଞ୍ଜ ମାଟିର ମହକ ମହୋତ୍ସବ ବ୍ରହ୍ମପୁର ର ଅନ୍ଵେଷା କଳାକେନ୍ଦ୍ର ଓ ସୁନ୍ଦର ଓଡିଶା ଫାଉଣ୍ଡେସନ୍
ତରଫରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା। ପ୍ରଥମ ଦିବସରେ ଭକ୍ତ ପ୍ରହ୍ଲାଦ ନାଟକ ବିଶେଷ ଆଦୃତ ହୋଇଥିଲା। ଗାଁ କଳାକାରମାନେ ଏହି ନାଟକ ପରିବେଶଣ କରିଥିଲେ। ରାଜଧାନୀ ଦିଲ୍ଲୀର ଇଣ୍ଡିଆ ହାବିଗଟ୍ ସେଣ୍ଟରସ୍ଥିତ ଷ୍ଟେନ୍ସ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ ଯୋଗ
ଦେଇଥିଲେ। ଅନ୍ଵେଷା କଳାକେନ୍ଦ୍ର ପକ୍ଷରୁ ସମ୍ପାଦିକା ଅନ୍ଵେଷା ବ୍ରହ୍ମା ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ଏଠାରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଦିଲ୍ଲୀର ଶ୍ରୀ ଠାକୁର ନିଗମାନନ୍ଦ ଆଶ୍ରମର ସଭାପତି ସଂଗ୍ରାମ ଧର ଓ ହୋଜଖାସ୍ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବି ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।କଳାକେନ୍ଦ୍ର ର ନିର୍ଦେଶିକା ଉଷାରାଣୀ ମହାପାତ୍ର ଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment