BREAKING
Loading...
:

ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା,ପ୍ରତାପ ପାଣିଗ୍ରାହୀ ସଭାପତି,ଶୋଭନ ପଣ୍ଡା ସମ୍ପାଦକ

 ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା,ପ୍ରତାପ ପାଣିଗ୍ରାହୀ ସଭାପତି,ଶୋଭନ ପଣ୍ଡା ସମ୍ପାଦକ 

ଗଣିଆ ୨୫/୦୧(ମଣିଭଦ୍ରା ଖବର) ଗଣିଆ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଏରୁଣ୍ଡିପଥର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଜୟ କୁମାର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ପାଦକ ସୁରେଶ କୁମାର ବେହେରା ବିଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ । ସର୍ବସମ୍ମତିକ୍ରମେ ନୂତନ କମିଟି ଗଠନ କରାଯାଇଥିଲା । ନୂତନ ସଭାପତି ଭାବେ ପ୍ରତାପ କୁମାର ପାଣିଗ୍ରାହୀ, ସମ୍ପାଦକ ଭାବେ ଶୋଭନ କୁମାର ପଣ୍ଡା, ଉପସଭାପତି ଭାବେ ସୁଶାନ୍ତ କୁମାର ରଣା,ସହ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । ଜିଲ୍ଲା ପ୍ରତିନିଧି ଭାବରେ ବାମନ ଚରଣ ବାରିକି, ସୁରେଶ କୁମାର ବେହେରା ଏବଂ କିଶୋର କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଶୁଭ୍ରମ କୁମାର ସାହୁ,ବିଜୟ କୁମାର ମହାରଣା, ଶୁକଦେବ ରାଉତ, ପ୍ରଫୁଲ୍ଲ କୁମାର ମିଶ୍ର, କନ୍ୟାକୁମାରୀ ବେହେରା ଏବଂ ନୀଳିମା ସୁନ୍ଦରୀ ମହାରଣା ମନୋନୀତ ହୋଇଥିଲେ । ନୂତନ ସଦସ୍ୟଙ୍କୁ ଈଶ୍ବରଙ୍କ ନାମରେ ଶପଥ ପାଠ କରାଯାଇଥିବା ବେଳେ ସମସ୍ତେ ନିଃସ୍ଵାର୍ଥପର ଭାବରେ ପ୍ରାଥମିକ ଶିକ୍ଷକ ସଂଘ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗଣିଆ ବ୍ଳକରେ ନୂତନ ଭାବେ ଯୋଗ ଦେଇଥିବା ଶିକ୍ଷୟିତ୍ରୀ ସୁପ୍ରିୟା ସାମନ୍ତସିଂହାରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦାୟୀ ସମ୍ପାଦକ ସୁରେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS