BREAKING
Loading...
:

ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ଦାବୀ।

 ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ଦାବୀ। 




ରାୟଗଡ଼ - ରାୟଗଡ଼ ସଦର ମହକୁମା ସ୍ଥିତ ଠକ୍କର ଵାପା ଆଶ୍ରମ ପ୍ରାଙ୍ଗଣରେ ପାଚକ ପାଚିକା ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପାଚିକା ମା ମାନଙ୍କର ପାରିଶ୍ରମିକ 1400 ଟଙ୍କାରୁ 2000 ଟଙ୍କା ପରେ ଏହା 3000 ଟଙ୍କା କୁ ବୃଦ୍ଧି କରଯାଇଛି। କିନ୍ତୁ ,ଦୈନିକ 452ଟଙ୍କା ହିସାବରେ ମାସିକ 13,560 ଟଙ୍କା ପ୍ରଦାନ ନେଇ ଦାବି ହୋଇଛି। ପାଚକ ପାଚିକା କର୍ମଚାରିଙ୍କୁ ସରକାରି ମାନ୍ୟତା ପ୍ରଦାନ ଏବଂ ପରିଚୟ ପତ୍ର ପ୍ରଦାନ କରାଯାଉ। 2018 ମସିହାରେ 2000 ଟଙ୍କା ପାରିଶ୍ରମିକ ମଧ୍ୟରୁ 2023 ଅକ୍ଟବର ପର୍ୟ୍ୟନ୍ତ ବକେୟା ରହିଥିବା ପାଚିକା ମା ମାନଙ୍କୁ 30,000 ରୁ ଉର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯାଉ। MMC ଏବଂ SHG ନିୟନ୍ତ୍ରଣରୁ ମୁକ୍ତ ରଖି ସରକାର ପାଚକ ପାଚିକା ମାନଙ୍କୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। 60ବର୍ଷ ବୟସରୁ ଉର୍ଦ୍ଧ ବୟସ୍କ ମାନଙ୍କୁ ଅବ୍ୟାହତ ଦିଆଯିବା ପରେ ଉକ୍ତ ପରିବାର ର ସଦସ୍ୟଙ୍କୁ ପୁନଃ ନିଯୁକ୍ତି ଦେବା ସହ ମୃତ୍ୟୁ ବେଳକୁ 1ଲକ୍ଷ ଟଙ୍କା ପ୍ରଦାନ କରାଯାଉ।  ଖରାଛୁଟିରେ ପାରିଶ୍ରମିକ ଦେଉ ନ ଥିବା ପାରିଶ୍ରମିକ ଖରା ଛୁଟିରେ ମଧ୍ୟ ପ୍ରଦାନ କରାଯାଉ। 3ମାସକୁ ଥରେ ଦରମା ପ୍ରଦାନ ନ କରି ପ୍ରତି ମାସରେ ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରାଯାଉ। ଚଳିତ ମାସ ଘୋଷିତ ସରକାରଙ୍କ ଦ୍ଵାରା ଘୋଷିତ ଛାତ୍ର ସଂଖ୍ୟା ହିସାବରେ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଧ କରି ପୂର୍ବବତ ସମସ୍ତ ପାଚିକା ମା ମାନଙ୍କୁ ଛଟେଇ ନ କରି କାମରେ ସୁଯୋଗ ଦିଆଯାଉ। ଏହିଭଳି 7 ଗୋଟି ଦାବି ନେଇ ଗର୍ଜିଥିଲେ ପାଚକ ପାଚିକା ମହାସଂଘ। ଅତିଶିଘ୍ର ଦାବି ପୂରଣ ନ ହେଲେ ରାଜ୍ୟ ସାରା ପାଚକ ପାଚିକା ରାଜରାସ୍ତାକୁ ଅହ୍ଲାଇବା ସହ ଚୁଲି ଓ ହାଣ୍ଡି ଛାଡ଼ିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନି ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS