ସମସ୍ତ ଙ୍କୁ ଶିକ୍ଷାର ବାର୍ତ୍ତା ନେଇ ବ୍ରହ୍ମପୁର ରେ ମିନି ମାରାଥନ ଅନୁଷ୍ଠିତ l କିଟ୍, କିସ୍ ଓ କିମସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ଆୟୋଜିତ ମାରାଥନ ଓଡ଼ିଶାର 30ଟି ଜିଲ୍ଲାର 32 ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା l ଏହି କ୍ରମରେ ବ୍ରହ୍ମପୁରଠାରେ ମଧ୍ୟ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସହରର ଏମକେସିଜି ମେଡିକାଲ କଲେଜ ହସପିଟାଲ ସମ୍ମୁଖରୁ ଏହି ମାରାଥନ ଆରମ୍ଭ ହୋଇଥିବା ବେଳେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଶେଷ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର , ମେୟର ସଂଘମିତ୍ରା ଦଳେଇ , ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ପରେ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ କେ ଅନିଲ କୁମାର, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଏନ ସି ପଟନାୟକ, ଅଶୋକ କୁମାର ଶୁକ୍ଳ, ଦେବେଶ ସାମନ୍ତରାୟ, ଡ଼ଃ ସିମାଞ୍ଚଳ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ମହତ୍ୱ ସମ୍ପର୍କରେ ସଚେତନତା କରିଥିଲେ । ଏହି ଅବସରରେ ଅଂଶ ଗ୍ରହଣ କରିଥିବା ଛାତ୍ରମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ଅତିଥିମାନେ । ଏହି କାର୍ଯ୍ୟକ୍ରମକୁ କିସ,କିଟ ଓ କଳିଙ୍ଗ ଟିଭିର କର୍ମଚାରୀ ମାନେ ସହଯୋଗ କରିଥିଲେ !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق