ଖଲ୍ଲିକୋଟର ସ୍ଵର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ
୧୨୬ ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ
ଖଲ୍ଲିକୋଟ ସାଂସ୍କୃତିକ ପରିଷଦ ତରଫରୁ
ଯୁବରାଜ ମଣ୍ଡପ ଠାରେ ପରିଷଦ
ସଭାପତି ଡାକ୍ତର ସାକେତ ରାମରାଓଙ୍କ
ଅଧ୍ୟକ୍ଷତାରେ ଉତ୍ସବ ଆୟୋଜିତ
ହୋଇଛି । ମୁଖ୍ୟଅତିଥ୍ ଆଇନ ମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ରାଜା
ସ୍ଵର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ
ରାଜ୍ୟର ଜଣେ ସଚ୍ଚା ଓଡ଼ିଆ ଓ ନମସ୍ୟ
ପୁରୁଷ ଥିଲେ ବୋଲି କହିବା ସହିତ
ଆଗାମୀ ୨୦୩୬ ସୁଦ୍ଧା ଓଡିଶା ପୂର୍ବ
ଭାରତର ଏକ ବିକାଶଶୀଳ ଓ ଅଗ୍ରଣୀ
ପ୍ରଦେଶ ହେବ । ଖଲ୍ଲିକୋଟକୁ ମୁଁ
ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା
ରାମଚନ୍ଦ୍ର ସ୍ମାରକୀ କରିବାକୁ ସମସ୍ତ
ବ୍ୟବସ୍ଥା ଚାଲିଛି ବୋଲି କହିଥିଲେ ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜା ରାମଚନ୍ଦ୍ରଙ୍କ
ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ
କରିଥିଲେ । ସମ୍ମାନିତ ଅତିଥ୍ୟ ବିଧାୟକ
ପୂର୍ଣଚନ୍ଦ୍ର ସେଠୀ ଯୋଗ ଦେଇଥିଲେ ।
ଡାକ୍ତର ହାରପ୍ରସାଦ ମହାପାତ୍ର ଓ
ପ୍ରଫେସର ଡ଼. ପ୍ରକାଶଚନ୍ଦ୍ର ମିଶ୍ର ସ୍ଵାଗତ
ଭାଷଣ ଦେଇଥିଲେ । ପରିଷଦ ସମ୍ପାଦକ
ସୁଧାଂଶୁ ଶେଖର ସାହୁ ସମ୍ପାଦକୀୟ
ବିବରଣୀ ପାଠ କରିଥିଲେ । ଡ଼. ଅଶୋକ
କୁମାର ପାଳ ପରିଚୟ ପ୍ରଦାନ
କରିଥିଲେ। ଏ ଅବସରରେ ଦିବଂଗତ
ସାମ୍ବାଦିକ ଜଗନ ମୋହନ ମହାପାତ୍ରକୁ
ମର୍ଦ୍ଦରାଜ ସମ୍ମାନ ତାଙ୍କ ଝିଅ ସୁଶ୍ରୀ
ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା ।
ଶିକ୍ଷାବିତ ଚନ୍ଦ୍ର ଶେଖର ପଟ୍ଟନାୟକ
ଧନ୍ୟବାଦ ଅର୍ପଣ କରିଥିଲେ । ଏ
ଉପଲକ୍ଷେ ସ୍କରଣିକା ‘ମର୍ଦ୍ଦରାଜ’
ମଞ୍ଚାସୀନ ଅତିଥ୍ୟ ଉନ୍ମୋଚନ କରିଥିଲେ ।
କବି ପ୍ରଭାତ କୁମାର ମିଶ୍ର ସଂଯୋଜନା ଓ
ମଞ୍ଚ ପରିଚାଳନା କରିଥିଲେ । ସ୍ଥାନୀୟ
କଳାକାର ଆକର୍ଷଣୀୟ ନୃତ୍ୟକୁ ଦର୍ଶକ
ଉପଭୋଗ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق