ଫରେଷ୍ଟରଙ୍କ ଅକାଳ ବିୟୋଗ
ଗଣିଆ ୧୧/୦୧(ସମିସ) ଗଣିଆ ବନବିଭାଗରେ କାର୍ଯ୍ୟରତ ଜଣେ ଫରେଷ୍ଟରଙ୍କର ଅକାଳ ବିୟୋଗ ଘଟିଛି । ମୃତକ ଫରେଷ୍ଟର ଜଣକ ସନ୍ତୋଷ କୁମାର ପ୍ରଧାନ ବୋଲି ଜଣାପଡିଛି । ଗତ କିଛିଦିନ ତଳେ ତାଙ୍କ ଶରୀର ଅସୁସ୍ଥ ହେବାରୁ ସେ ଭୂବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଦୀର୍ଘ ଦିନ ହେବ ଗଣିଆ ବନବିଭାଗରେ କାର୍ଯ୍ୟରତ ଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କ ମୃତ୍ୟୁରେ ଗଣିଆ ରେଞ୍ଜର ସବନମ ସାହୁ, ଫରେଷ୍ଟର ମନୋଜ ପ୍ରଭାକର ସାହୁ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


إرسال تعليق