BREAKING
Loading...
:

ଗଣିଆର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା ପାଳିତ

ଗଣିଆର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା ପାଳିତ 




ଗଣିଆ ୨୩/୦୧(ମଣିଭଦ୍ରା ଖବର) ଗଣିଆ ବ୍ଳକର ବିଭିନ୍ନ ସରକାରୀ ବେସରକାରୀ ବିଦ୍ୟାଳୟରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ପାଳିତ ହୋଇଯାଇଛି । ଗଣିଆରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମହାନଦୀ ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ,ଆରସି ସାମନ୍ତରାୟ ମହାବିଦ୍ୟାଳୟ, ରଘୁନାଥ ଜୀଉ ମହାବିଦ୍ୟାଳୟ, ବନମାଳୀ ବାରିକି ମହାବିଦ୍ୟାଳୟ,ଗଣିଆ ଶିଶୁ ରାଇଜ,ଅରୋମୀରା କୋଚିଂ ସେଣ୍ଟର,କ୍ଳବ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀ ମାନେ ସୁନ୍ଦର ସାଜସଜ୍ଜା କରିଥିଲେ । ସାଜସଜ୍ଜା ଦୁଇ ଦିନ ଧରି ଚାଲିଥିବା ଦେଖିବାକୁ ମିଳିଥିଲା । ବଡ଼ ବଡ଼ ତୋରଣ ସାଂଗକୁ ସୁଉଚ୍ଚ ମୂର୍ତ୍ତି ପୂଜା ମଣ୍ଡପର ଆକର୍ଷଣ ବଢାଉଥିଲା । ଛାତ୍ର ଛାତ୍ରୀ ମାନେ ନୂତନ ବସ୍ତ୍ର ପରିଧାନ କରି ବିଦ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟାଳୟ ପରିସରରେ ହୋମଯଜ୍ଞ, ପୁଷ୍ପାଞ୍ଜଳି ଆଦି ଅନୁଷ୍ଠିତ ହୋଇଥିଲା । ଅନେକ ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିସରରେ ଖଡ଼ି ଛୁଆଁଇ ନିଜର ଶିକ୍ଷା ଜୀବନ ଆରମ୍ଭ କରିଥିଲେ । ଅନେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS