ଓସ୍ତିଆ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ
ଗଣିଆ ୧୯/୦୧(ସମିସ) ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ନୋଡାଲ ଅଫିସର ସୁନିଲ କୁମାର ବେହେରା ଏହି ମଣ୍ଡି ପରିସରରେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଭାବଗ୍ରାହୀ ସ୍ବାଇଁ , ସମ୍ପାଦକ ସିପ୍ରା ରାଣୀ ମହାନ୍ତିଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ୪ ଶହ କ୍ଵିଣ୍ଟାଲ ଧାନ ସଗ୍ରହ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଗଣିଆ ବ୍ଳକରେ ଧାନ ମଣ୍ଡି ଉଦଘାଟନ ନହେବା ଫଳରେ ଦଲାଲ ସକ୍ରିୟ ହୋଇ ବହୁ କମ୍ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଥିବା ଗତ ୧୪ ତାରିଖ ଦୈନିକ ଖବରକାଗଜ 'ସକାଳ'ରେ ଖବର ପ୍ରକାଶିତ ହୋଇଥିଲା । ତେବେ ଗଣିଆରେ ଥିବା ଅନ୍ୟ ସମବାୟ ସମିତି ଗୁଡିକରେ ଯଥାଶୀଘ୍ର ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment