BREAKING
Loading...
:

ଓ୍ବାଲିପୁରରେ ମକରମେଳା ଉଦଘାଟିତ

 ଓ୍ବାଲିପୁରରେ ମକରମେଳା ଉଦଘାଟିତ 



ଗଣିଆ ୧୪/୦୧(ସମିସ);ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତର ଓ୍ବାଲିପୁର ମା ଚିରିଣି ଠାକୁରାଣୀଙ୍କ ପୀଠରେ ମକରମେଳା ଉଦଘାଟିତ ହୋଇଯାଇଛି । ଏହି ମେଳା ୧୬ ତାରିଖରେ ଉଦଯାପିତ ହେବ ବୋଲି ଜଣାପଡିଛି । ମା'ଙ୍କ ନିକଟରେ ହୋମ ଯଜ୍ଞ ପରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା । ମନ୍ଦିର ଚତୁଃପାର୍ଶ୍ଵକୁ ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଥିଲା । ମା'ଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଖୋଳ କୀର୍ତ୍ତନ ସଂକୀର୍ତ୍ତନରେ ଉତ୍ସବ ମୁଖର ହୋଇଉଠିଥିଲା ମନ୍ଦିର ପରିସର ।  ବୁଧବାର  ଦିନ ତମାମ କୃଷ୍ନଳିଳା,କାଳିୟଦଳନ ଅନୁଷ୍ଠିତ ହୋଇଥିଲା । ୩ ଦିନ ଧରି ଅପେରା ନାଟ୍ୟ ସମ୍ରାଟ ପ୍ବୀଥିରାଜ ମାଗଣା ଅପେରା ପରିବେଷଣ କରିବ ବୋଲି କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଗଣିଆ ବ୍ଳକରେ ଏକମାତ୍ର ମକରମେଳା ହେଉଥିବାରୁ ଅନେକ ଦୋକାନ ବଜାରରେ ଭିଡ ଦେଖିବାକୁ ମିଳିଥିଲା । ଶିତୁଆ ରାତିରେ ମାଗଣା ଅପେରା ଦେଖିବାକୁ ପ୍ରବଳ ଜନସମାଗମ ହେବ ବୋଲି ଯାତ୍ରା ପରିଚାଳନା କମିଟି ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଓ୍ବାଲିପୁର ଗ୍ରାମବାସୀଙ୍କ ସହଯୋଗରେ ଏହି ଯାତ୍ରା ଧୁମଧାମରେ ପାଳିତ ହୋଇଆସୁଅଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS