BREAKING
Loading...
:

ଜନ୍ମ କଲା ମାଆକୁ ହତ୍ୟା ଘଟଣା,ଜେଲ୍ ଗଲା ହତ୍ୟାକାରୀ

 ଜନ୍ମ କଲା ମାଆକୁ ହତ୍ୟା ଘଟଣା,ଜେଲ୍ ଗଲା ହତ୍ୟାକାରୀ


ଗଣିଆ ୧୧/୦୧(ମଣିଭଦ୍ରା ଖବର) ନିଜ ଜନ୍ମ କଲା ମାଆକୁ ବାଡ଼େଇ ବାଡେଇ ମାରିଥିବା ଘଟଣାରେ ହତ୍ୟାକାରୀ ପୁଅକୁ ରବିବାର ଦିନ କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ଘଟଣାରୁ ଜଣାପଡିଛି ଯେ ଗଣିଆ ବ୍ଳକ କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକିଙ୍କ ସ୍ତ୍ରୀ ସୁକାନ୍ତି ଦେଇ(୫୨)ଙ୍କୁ ତାଙ୍କ ଏକମାତ୍ର ପୁଅ କୁନା ବାରିକି ବାଡ଼େଇ ମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ ରବିନ୍ଦ୍ର । ବାପା  କାମ କରିବା ପାଇଁ ଯାଇଥିବା ବେଳେ ପୁଅ  ମା'କୁ ଗାଳି ଗୁଳଜ କରିଥିଲା । ଏପରିକି ଶୁକ୍ରବାର ଦିନ ମାଆକୁ ବାଡେଇଥିବା ଗ୍ରାମବାସୀ ମାନେ କହିଛନ୍ତି ।  ସନ୍ଧ୍ୟା ବେଳେ ମାଆକୁ ଘରକୁ ଠେଲି ଠେଲି ନେଇ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲା । ସକାଳୁ କବାଟ ନ ଖୋଲିବାରୁ ଗ୍ରାମବାସୀ ସନ୍ଦେହ କରି ଗଣିଆ ଥାନାକୁ ଖବର ଦେଇଥିଲେ । ଖବର ପାଈ ଘଟଣା ସ୍ଥଳରେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା , ଏ ଏସ ଆଇ ସାହା ଆଲାମ୍ ଖାଁ ଓ ପୁଲିସ କର୍ମଚାରୀ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ କରିଥିଲେ । ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ତେବେ ଗଣିଆରେ ଏକ ମାମଲା ରୁଜୁ କରି ରବିବାର ଦିନ ଅପରାହ୍ନ ରେ ଦଶପଲ୍ଲା କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ ନୟାଗଡ

Post a Comment

Previous Post Next Post
Header ADS