ଅଭିକର୍ତ୍ତା ପରିବାର ମିଳନ ଉତ୍ସବ ୨୦୨୫-୨୬ ଆୟୋଜିତ
ଦଶପଲ୍ଲା : ଆଜି ସ୍ଥାନୀୟ କୁଆଁରିଆ ଡ୍ୟାମ ନିକଟରେ ଥିବା ମା " କୁମାରୀଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜୀବନ ବୀମା ନିଗମର ଦଶପଲ୍ଲା ଶାଖା ପକ୍ଷର ବରିଷ୍ଠ ବୀମା ପରାମର୍ଶ କମଳଲୋଚନ ରଥଙ୍କ ନେତୃତ୍ୱରେ ପରିବାର ମିଳନ ଉତ୍ସବ ୨୦୨୫-୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ (ମ୍ୟାନେଜର, ବୀମାସକ୍ଷୀ, ଭୁବନେଶ୍ୱର ମଣ୍ଡଳ), ଶ୍ରୀଯୁକ୍ତ ସୁମନ୍ତ କୁମାର ଜେନା (ଶାଖା ପରିଚାଳକ, ଦଶପଲ୍ଲା), ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଓଝା (ପୂର୍ବତନ ଶାଖା ପରିଚାଳକ, ଦଶପଲ୍ଲା), ଶ୍ରୀଯୁକ୍ତ ତ୍ରିଲୋଚନ ପିସାନ (ମୁଖ୍ୟ ଉପଦେଷ୍ଟା, ଦଶପଲ୍ଲା ଶାଖା) ଙ୍କ ବ୍ୟତୀତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆସିଥିବା ଏଲଆଇସିର ଏଜେଣ୍ଟ ଓ ବୀମାସକ୍ଷୀଙ୍କୁ ଇନ୍ସୁରାନ୍ସ ସମ୍ପର୍କରେ ବହୁବିଧ ଆଲୋଚନା କରିଥିଲେ। ଜଣେବ୍ୟକ୍ତି ନିଜ ନାମରେ କାହିଁକି ଇନ୍ସୁରାନ୍ସ କରିବ ଏବଂ ଇନ୍ସୁରାନ୍ସ କଲେ ଫାଇଦା କଣ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏବଂ କିଛି ବୀମାସକ୍ଷୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment