ଋଷିକୂଲ୍ୟା ରୟତ ମହାସଭା:- ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ସହ ୮ଦଫା ଦାବିପତ୍ର ପ୍ରଦାନ
ପୋଲସରା -:
ପୋଲସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ପୋଲସରା ଶାଖା ଆବାହକ ଶିବ ପ୍ରସାଦ ସାହୁ ଓ ହୀନ ସ୍ୱାଇଁ ଙ୍କ ଆବାହକତ୍ୱ ରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ କୃଷକ ମଜଦୁର ମହାସଂଘ ର ରାଜ୍ୟ ସଭାପତି ସଚିନ ମହାପାତ୍ର ଯୋଗଦେଇ ଚାଷୀଙ୍କ ଧାନମଣ୍ଡି ସମସ୍ୟା ସାଙ୍ଗକୁ ଧାନ ବିକ୍ରି ବେଳେ ମିଲର ମାନେ ଯେଉଁ କଟନୀ ଛଟନି କରୁଛନ୍ତି ତାହାରି ଉପରେ ଆଲୋଚନା କରାଯିବା ସହିତ ଚାଷୀଙ୍କୁ ସରକାର ଯେଉଁ ଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି ତାରି ଉପରେ ବକ୍ତବ୍ୟ ରଖି ଚାଷୀଙ୍କ ସମସ୍ୟା କୁ ସମ୍ମାନର ସହ ଗୁରୁତ୍ୱ ଦେଇ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ଏହି ଚାଷୀ ବିକ୍ଷୋଭ କାର୍ଯ୍ୟକ୍ରମ ରେ ଚାଷୀମାନେ ବିକ୍ଷୋଭ କରିବା ସହିତ ୮ଦଫା ଦାବିନେଇ ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ରେ ଧନମଣ୍ଡି ର ସମସ୍ୟା ସହିତ ବ୍ଲକ ହେଡ଼ କ୍ଵାଟର ରେ କୃଷକ ଭବନ ନିର୍ମାଣ କରିବା ପାଇଁ ବିଡ଼ିଓ ଓ ତହସିଲଦାର ଙ୍କୁ ଅବଗତ କରାଇବା ସହିତ ଦାବିପତ୍ର ରେ ଉଲ୍ଲେଖ କରିଥିଲେ। ଚାଷୀମାନେ ବିଡ଼ିଓ କାର୍ଯ୍ୟାଳୟ ରୁ ବାହାରି ସହରରେ ରାଲିରେ ଆସି ତହସିଲ କାର୍ଯ୍ୟାଳୟରେ ପହଂଚି ତହସିଲଦାର ଦିପ୍ତିମୟୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଋଷିକୂଲ୍ୟା ରୟତ ମହାସଭା ପୋଲସରା ଶାଖା ର ଆବାହକ ଶିବ ପ୍ରସାଦ ସାହୁ, ହୀନ ସ୍ୱାଇଁ, ଉପଦେଷ୍ଟା ମୁନି ରଥ,ସଂଯୋଜକ ନାରାୟଣ, ପ୍ରଧାନ, ବିପିନ ବିହାରୀ ପ୍ରଧାନ,ଶଙ୍କର ଡାକୁଆ, ଦୁଃଖିଶ୍ୟାମ ପ୍ରଧାନ, ପଞ୍ଚାନନ ମହାରଣା, ଜ୍ୟୋତିର୍ମୟ ଦାସ ସମେତ ସମସ୍ତ ପଞ୍ଚାୟତ ର ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق