ବନମାଳି ବାରିକି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ଗଣିଆ ୧୮/୦୧(ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟାରେ ଥିବା ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବନମାଳୀ ବାରିକି ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗୋଲେଖ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶତପୁଡିନ ଅହମ୍ମଦ, ସମ୍ମାନିତ ଅତିଥି ଭାବେ ଇଟାମାଟି କଲେଜର ପୂର୍ବତନ ପ୍ରଫେସର ଅଧ୍ୟକ୍ଷ ଅଶୋକ ନାୟକ, ଦଶପଲ୍ଲା ବିଏସ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁବାଷ ଚନ୍ଦ୍ର ନାୟକ, ପ୍ରଫେସର ଭିକାରୀ ଚରଣ ସ୍ବାଇଁ, ପ୍ରଫେସର ସରୋଜ କୁମାର ରଥ, ପ୍ରଫେସର ରୀନାବାଳା ସାହୁ, ପରିଚାଳନା କମିଟିର ସଭାପତି କାଶିନାଥ ବାରିକି ପ୍ରମୁଖ ମଞ୍ଚାସୀନ ଥିଲେ ।
ଅତିଥି ମାନଙ୍କୁ ମହାବିଦ୍ୟାଳୟ ତରଫରୁ ଆଡକଟା ଛକ ଠାରୁ ବାଜା ବଜାଇ ଏକ ବିଶାଳ ଶୋଭାଯାତ୍ରାରେ କଲେଜ ପରିସରକୁ ନିଆଯାଇଥିଲା । ସେଠାରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ମହାବିଦ୍ୟାଳୟ ସମ୍ପର୍କରେ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ । ପ୍ରଥମେ କଳା ବିଭାଗ ଓ ପରେ ବିଜ୍ଞାନ ବିଭାଗ ଖୋଲି ଖୁବ୍ କମ୍ ସମୟ ମଧ୍ୟରେ ଉକ୍ତ ମହାବିଦ୍ୟାଳୟ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବାରୁ ଅଧ୍ୟକ୍ଷଙ୍କୁ ଅତିଥି ମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق