ପଲସାଗୋରାରେ ଭାଲୁ ଆତଙ୍କ, ନର୍ସରୀ ଜଗୁଆଳି ଭାଲୁ ଆକ୍ରମଣରେ ଗୁରୁତର, ଡାକ୍ତର ଖାନାରେ ଭର୍ତ୍ତି
(ବୌଦ୍ଧ:)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକଅନ୍ତର୍ଗତ ପଲସାଗୋରା ଠାରେ ଏକ ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇ ଥିବା ବେଳେ ଭାଲୁ ଆକ୍ରମଣରେ ବନ ବିଭାଗରେ କାର୍ଯ୍ୟରତ ଜଣେ ନର୍ସରୀ ଜଗୁଆଳି ଗୁରୁତର ଆହତ ହୋଇଛନ୍ତି | ତାଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡ଼ିରେ ନେଇ ସୋନପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ପଲସାଗୋରା ନିକଟସ୍ଥ ହରିଡା କଣା ଜଙ୍ଗଲ ପଟୁ ଏକ ଭାଲୁ ଚାଲି ଆସିଥିଲା l ଭାଲୁକୁ ଦିନ 11 ଘଣ୍ଟା ସମୟରେ ପଲସା ଗୋରା ଶିଶୁ ମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା l କିଛି ଛାତ୍ର ଛାତ୍ରୀ ମାନେ ଦେଖି ଭୟରେ ଶ୍ରେଣୀ କକ୍ଷ ମଧ୍ୟକୁ ପଶି ଯାଇଥିଲେ l ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଭାଲୁକୁ ଘଉଡାଇବା ପାଇଁ ଆସିଥିବା ବେଳେ ଗୋପାଳ ମାଲ୍ ନର୍ସରୀ ଜଗୁଆଳି କ୍ଷମାନିଧି ଘିବେଲା ଭାଲୁ ଆକ୍ରମଣରେ ଶିକାର ହୋଇଥିଲେ | ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତର ଖାନା ନେଇଥିଲେ | ଘଟନା ସ୍ଥଳରେ କଣ୍ଟାମାଳ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ବନପାଳବୁଲ୍ଲୀ ବେହେରା,ବନରକ୍ଷୀ ସୁନୀଲ କୁମାର ପ୍ରଧାନ, ଜ୍ୟୋତିରଞ୍ଜନ ବାରିକ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment