BREAKING
Loading...
:

ଅଂଶୁପା ରେ ପର୍ଯ୍ୟଟକଙ୍କ ଭିଡ଼, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ।

 ଅଂଶୁପା ରେ  ପର୍ଯ୍ୟଟକଙ୍କ  ଭିଡ଼, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ।                   



        ବାଙ୍କୀ - : ଏସିଆ ମହାଦେଶର  କଟକ ଜିଲ୍ଲା ବାଙ୍କୀ ରେ ଅବସ୍ଥିତ ପ୍ରସିଦ୍ଧ ଅଂଶୁପା ଏବେ ଜନ ଗହଳି ପୂର୍ଣ୍ଣ । ନବ ବର୍ଷ ଅବସରରେ ପ୍ରତ୍ୟେକ ଅଂଶୁପା କୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଅନ୍ୟପଟେ ଅଂଶୁପା କୁ ଚିଲିକା ବିଭାଗ ପକ୍ଷରୁ ସଜାଇଛି । ଅଂଶୁପା ହ୍ରଦ ରେ ପର୍ଯ୍ୟଟକ ମାନେ ବୁଲି ମଜା ନେଉଥିବା ବେଳେ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଦୋଲି ର ମଜା ନେଉଛନ୍ତି । ଅଂଶୁପା ପାର୍କ ରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯାଇଥିବା ରୁ ସୁ ଶୋଭିତ ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରୁଛି । ଅନ୍ୟପଟେ ଗମ୍ବୁଜ ଘର ଉପରୁ ପର୍ଯ୍ୟଟକ ମାନେ ଅଂଶୁପା ହ୍ରଦର ବେଶ୍ ମନୋହର ଦୃଶ୍ୟ ଦେଖିବାକୁ ପାଉଥିବା ଜଣାପଡିଛି । ଅଂଶୁପା ହ୍ରଦ ରେ ବୋଟିଂ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକ ମାନଙ୍କ ନାହିଁ ନଥିବା ଭିଡ ଲାଗିରହିଛି । ବୋଟ ରେ ପର୍ଯ୍ୟଟକ ମାନେ ସୁରକ୍ଷିତ ଜ୍ୟାକେଟ ପିନ୍ଧି ବୋଟିଁ କରୁଥିବା ଏବଂ ଅଂଶୁପା ର କାର୍ଯ୍ୟରତ ମହିଳା ଗୋଷ୍ଠୀ ଏବଂ କାର୍ଯ୍ୟରତ କର୍ମଚାରୀ ମାନେ ପର୍ଯ୍ୟଟକ ମାନଙ୍କୁ ବୋତିଁ କରାଇବା ସହିତ ଅଂଶୁପା ହ୍ରଦ ର ଅବସ୍ଥିତି ସମ୍ପର୍କରେ ଅବଗତ କରାଇଥାନ୍ତି। ଅନ୍ୟପଟେ ଅଂଶୁପା ରେ ପିକନିକ ସ୍ଥଳ ଭାବେ ବାଲୁଙ୍କେଶ୍ୱର ପୀଠରେ ବଣଭୋଜି କରିବା ପାଇଁ ସିମେଣ୍ଟ ପିଣ୍ଡି ର ବ୍ୟବସ୍ଥା ଥିବା ବେଳେ ସେଠାରେ ଦିନ ତମାମ ପର୍ଯ୍ୟଟକ ମାନଙ୍କ ନାହିଁ ନଥିବା ଭିଡ ଲାଗିରହିଛି । ନବ ବର୍ଷ ଉପଲକ୍ଷେ ଆଜି ଅଂଶୁପା ରେ ୧୦ ହାଜର ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଜଣାପଡିଛି । ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ବାଙ୍କୀ ପୋଲିସ ଏବଂ  ସୁବର୍ଣ୍ଣ ପୁର ବିଟ୍ ହାଉସ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ଦ୍ଵାରା ପର୍ଯ୍ୟଟକ ମାନେ ଶାନ୍ତି ଶୃଙ୍ଖଳା ସହିତ ଯାତାୟତ କରୁଥିବା ଜଣାପଡିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS