BREAKING
Loading...
:

ରାସ୍ତା ପାଲଟିଛି ମରଣ ଯନ୍ତା।

 ରାସ୍ତା ପାଲଟିଛି ମରଣ ଯନ୍ତା।           



କୁଜଙ୍ଗ-: ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ପରମାନନ୍ଦପୁରରେରାସ୍ତା ପାଲଟିଛି ମରଣ ଯନ୍ତା, ଲାଭ ନେଇ ଠିକାଦାର ଚମ୍ପଟ।   ଅବଧି ସରିବା ପୂର୍ବରୁ ଉଜୁଡିଲା ରାସ୍ତା।ଦେଖିବାକୁ ମିଳିଛି ଅଗପାଳ  ପଂଚାୟତ ପରମାନନ୍ଦପୁର ଗ୍ରାମରେ।ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ପରମାନନ୍ଦପୁରରୁ ବାଘୁଆଠେଙ୍ଗ ଓ ପଥୁରିଆ କୁ ସଂଯୋଗ କରୁଥିବା ରାସ୍ତା ରେ ରହିଛି ଚୋୖଧୁରିଗଡ଼  ଛକ।ଏହି ରାସ୍ତାରେ  ବାମପଟ   ଦେଇ ୩  କିମି ଗଲେ ପଡେ ବଗୁଆଠେଙ୍ଗ ଗାଁ।ଆହୁ ସେଉଟି ଦକ୍ଷଣ ପଟକୁ ଗଲେ ପଡେ ପଥୁରିଆ ଗାଁ।ପକା ଓ ସ୍ଥାୟୀ ସଡ଼କ ଯୋଗାଯୋଗ ନଥିବା ଏହି ଗାଁକୁ ଗତ୫ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିଲା।ଟେଣ୍ଡର ପାଇଥିବା ଠିକାଦାର ଜଣକ ରାସ୍ତା ବି ତିଆରି କଲେ, କିନ୍ତୁ ଧିର ମନ୍ତ୍ରର ଗତିରେ କାମ ସାଙ୍ଗକୁ ଅତି ନିମ୍ନମାନର କାମ କରିବା ଯୋଗୁ ଅଧା ପନ୍ତରିଆ ହୋଇ ପଡିଛି ରାସ୍ତା।ନିର୍ମାଣ ଶେଷ ନ ହେବାଣୁ ରାସ୍ତା ଉଜୁଡିବାକୁ ଲାଗିଲା।ବିନା ଫଳକରେ ରାସ୍ତା ନିର୍ମାଣ କରିବା ପାଇଁ କିଏ ଅନୁମତି ଦେଲେ।ଆରଡବ୍ଲ୍ୟସି ଅଫିସ ମୁଖ୍ୟ କିରାଣୀ କୁ ପଚାରିଲି ସେ କହନ୍ତି ଆମେ କିଛି ଜାଣିନୁ, ତାହାହେଲେ କାହା ଛତ୍ରଛାୟାତଳେ ଏ ଯେଉଁ ଠିକାଦାର ଙ୍କୁ ରାସ୍ତା କାମ କରିବା ପାଇଁ ଅନୁମତି ଦିଆଗଲା।ବିନା ଅନୁମତିରେ ସବୁତକ ଲାଭ ନେଇ ଚମ୍ପଟ ମାରିଲେ ସିନା ଥରୁଟିଏ ବି ଲକ୍ଷଣ ବେକ୍ଷଣ କିମ୍ବା ମରାମତି ଦାୟିତ୍ୱ ହାତକୁ ନେଲେ ନାହିଁ।ଓଲଟା କାମ ସରିନଥିବା ପରେ ରାସ୍ତାକୁ ଭୁଲିଗଲେ ଆରଡବ୍ଲ୍ୟସି ଅଫିସର।ଏବଂ ଏସ୍ଡ଼ିଓ।ଯାହାକିଛି ଫଳରେ ପୋତା ବାଲି ସହ ଜିପିସମ ସହ ରାସ୍ତା ସମ୍ପୂର୍ଣ୍ଣ ଭାବେ ଉଜୁଡିଯିବା ସହିତ ଏବେ ମରଣ ଯନ୍ତା ପାଲଟିଛି।ଏହି ରାସ୍ତା ସମ୍ପର୍କରେ ଅଭିଯୋଗ କରିକରି ଥକିଗଲେଣି ,କିନ୍ତୁ କୌଣସି ସୁଫଳ ମିଳୁନାହିଁ।ଠିକାଦାର କଉଛନ୍ତି ମୋ ସାଙ୍ଗରେ ଅଛନ୍ତି ଆରଡବ୍ଲ୍ୟସି ଅଫିସର ଏବଂ ଏସ୍ଡ଼ିଓ ମୁଁ କାମ କଲେ କି ନ କଲେ ମୋ ବିଲକୁ କେହି ଅଟକାଇ ପାରିବେନାହିଁ। ବର୍ଷା ଋତୁ ଆସିଥିବା ବେଳେ ରାସ୍ତାରେ ଯିବାଆସିବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି।ବାଘୁଆଠେଙ୍ଗ, ପଥୁରିଆ, ମୁକୁନ୍ଦପୁର ଗାଁର  ୫ ହଜାରରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରୁଥିବା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇ ଆଶଙ୍କା ଦେଖାଦେଇଛି।ଅଗପାଳ ସରପଞ୍ଚ କଣ ପାଇଁ ନୀରବତା ରହିବା।ଏବଂ ପରମାନନ୍ଦପୁର ବାଘୁଆଠେଙ୍ଗ ଏବଂ ପଥୁରିଆ ଗ୍ରାମବାସୀ ଙ୍କ ତରଫରୁ ତୁରନ୍ତ ଭଲ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି।ନଚେତ ଦଲାରୀ ଠିକାଦାର ଙ୍କ ପାଇଁ ଦଲାରୀ ଠିକାଦାର ଓ ଆରଡବ୍ଲ୍ୟସିଅଫିସର ଓ ଏସ୍ଡ଼ିଓ ପୁନର୍ବାର ରାସ୍ତାକାମ ଠିକ ସେ ନ କଲେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି।ଏ ବିଷୟରେ ପ୍ରଶାସନ କେବେ କେଉଁଦିନ ଏ ଠିକାଦାର ଏବଂ ଆରଡବ୍ଲ୍ୟସି ଅଫିସର ଏସ୍ଡ଼ିଓ ଉପରେ ପଦକ୍ଷେପ ନେଉଛନ୍ତି।ତାହା ଦେଖିବାକୁ ବାକି ରହିଲା।ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ମିଷ୍ଟର ଦାସ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଲୋକମାନେ ହେଉଛନ୍ତି ହନ୍ତସନ୍ତ।ଏହି ବିଭାଗ ଉପରେ କେବେ ପ୍ରଶାସନ କେବେ ନଜର ପକାଉଛନ୍ତି ତାହା ଦେଖିବାକୁ ବକିରହିଲା।୨୪ବର୍ଷର ସରକାରଙ୍କ ନିତି ଚାଲିବ ନାହିଁ ବୋଲି କହିଛନ୍ତି ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କିନ୍ତୁ କୁଜଙ୍ଗ ଆରଡ଼ି ଅଫିସିର ଜେଇ ମିଷ୍ଟର ଦାସ କି ଭଳି ଏତେଦିନ ପର୍ଯ୍ୟନ୍ତ ଗାଦି ଛାଡିଲେ ନାହିଁ କି କେଉଁ ପ୍ରଭାବଶାଳୀ ଙ୍କ ହାତ ଥିଲା।ଯାହାକି ଏହି କୁଜଙ୍ଗରୁ ଅବସର ନେବେ ତୁରନ୍ତ ଆଙ୍କ ଉପରେ ତଦନ୍ତ କରାଯାଉ ବୋଲି କହିଛନ୍ତି ୪ ଗୋଟି ଗ୍ରାମବାସୀ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS