BREAKING
Loading...
:

ସ୍ଥାୟୀ କର୍ମ ନିଯୁକ୍ତି ଯୋଗାଇଦେବା ନେଇଁ ଯୁବ ବିକାଶ ପରିଷଦ ପକ୍ଷରୁ ବେଦାନ୍ତ କମ୍ପାନୀକୁ ଦାବୀପତ୍ର ପ୍ରଦାନ.

 ସ୍ଥାୟୀ କର୍ମ ନିଯୁକ୍ତି ଯୋଗାଇଦେବା ନେଇଁ ଯୁବ ବିକାଶ ପରିଷଦ ପକ୍ଷରୁ ବେଦାନ୍ତ କମ୍ପାନୀକୁ ଦାବୀପତ୍ର ପ୍ରଦାନ.



ଲାଞ୍ଜିଗଡ଼-:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଦୀର୍ଘ ବର୍ଷ ହେଲା ସ୍ଥାପିତ ହୋଇଛି ବେଦାନ୍ତ କାରଖାନା। ଏହି ବେଦାନ୍ତ କାରଖାନା ଦୀର୍ଘ ବର୍ଷ ଧରି ସ୍ଥାପିତ ହୋଇଥିଲେ ମଧ୍ୟ ଶିଖିତ ବେକାରୀ ଯୁବକ ଯୁବତୀ ଓ ସ୍ଥାନୀୟ ବାସୀ ମାନଙ୍କୁ ନିଯୁକ୍ତି ଦିଯାଉନାହିଁ।କମ୍ପାନୀ ମାନଙ୍କ ନିୟମାନୁଯାୟୀ ବିଭିନ୍ନ ପ୍ରକାର ଧନ୍ଦା ମୂଳକ ଶିକ୍ଷା, ଟେକନୋଲୋଜିର ପ୍ରସାର ଓ ଉନ୍ନତି  କରଣ କରାଯାଉନାହିଁ,ଗ୍ରାମାଞ୍ଚଳର ପ୍ରତିଭା ଥିବା ଗରିବ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ପ୍ରତି ଧ୍ୟାନ ଦିଆଯାଉନାହିଁ।ଯେଉଁ ଜମିରେ ଆଜି ବେଦାନ୍ତ ଠିଆ ହୋଇଛି ସେଇ ଜମିହରା ମାନଙ୍କୁ କମ୍ପାନୀର ଗାଇଡ଼ଲାଇନ ହିସାବରେ ନିଯୁକ୍ତି ବା ସୁବିଧା ସୁଯୋଗ ଦିଆଯାଉନାହିଁ,ଗରିବ ଜନସାଧାରଣଙ୍କୁ ମୁଣ୍ଡ ଗୁଞ୍ଜିବାକୁ ବାସଗୃହ ମଧ୍ୟ ଯୋଗାଇ ଦିଆଯାଉନାହିଁ ସେହିପରି ଲାଞ୍ଜିଗଡ଼ ଠାରେ ଡିପ୍ଲୋମା କଲେଜ ପ୍ରତିଷ୍ଠା,ଉନ୍ନତ ମାନର ଚିକିତ୍ସା କେନ୍ଦ୍ର,ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି,ପିଇବା ପାଣି, ନିୟମଗିରି ପାହାଡ଼ ଉପରେ ରହୁଥିବା ସମସ୍ତ ଜନଜାତି, ଜାତି, ପଛୁଆ ବର୍ଗଙ୍କୁ ଯଥା ସମ୍ଭବ ଜମିପଟ୍ଟା ପ୍ରଦାନ ସମେତ ଏଭଳି ୩୦ ଦଫା ଦାବୀ ନେଇଁ ଆଜି କଳାହାଣ୍ଡି ଯୁବ ବିକାଶ ପରିଷଦ ପକ୍ଷରୁ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀକୁ ଯାଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଯୁବ ବିକାଶ ପରିଷଦର ଶଶୀଦେବ ମହାନନ୍ଦ,ମହେନ୍ଦ୍ର ରଣା,କିରଣ ମାଝୀ,ଭୁବନେଶ୍ୱର ଦୁର୍ଗା,ଦୁର୍ଯ୍ୟୋଧନ ଦୁର୍ଗା ସମେତ ଧର୍ମେନ୍ଦ୍ର ନାଏକ ପ୍ରମୁଖ ସାମିଲ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS