ବରପାଲି ଜଗନ୍ନାଥ ନଗର ଓଭରବ୍ରିଜ
ସମସ୍ୟା : ଦାବି ପୂରଣ ନହେଲେ ଆମରଣ ଅନଶନ
ସମ୍ବଲପୁର/ଗୋଡଭଗା:
ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ ମାଧ୍ଯମରେ ଆମରଣ ଅନଶନର ଚେତାବନୀ ଦିଆଯାଇଥିବା ଜଣାପଡିଛି। ମୂଖ୍ଯତଃ ଜଗନ୍ନାଥ ନଗର ଦେଇ ଲମ୍ବିଥିବା ରାଜ୍ୟ ରାଜପଥ ରାୟପୁରରୁ ପୁରୀ ଜଗନ୍ନାଥ ଧାମ ରାସ୍ତା ବର୍ତ୍ତମାନ ଜାତୀୟ ରାଜପଥର ମାନ୍ଯତା ପାଇଛି। ହେଲେ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁ ରାସ୍ତାର ନିର୍ମାଣକାର୍ଯ୍ଯ ମନ୍ଥର ଗତିରେ ଆଗେଇ ଚାଲିଛି। ଗତ ଆଠ ବର୍ଷ ହେଲା ହାଇସ୍କୁଲ ସମ୍ମୁଖରେ ରେଲୱ୍ୱେ ଓଭରବ୍ରିଜ ନିର୍ମାଣ କାମ ଚାଲିଛି, ହେଲେ ସମାପନ କେବେ ହେବ ତାର କୌଣଷି ଉତ୍ତର କାହା ପାଖରେ ନାହିଁ। ସେହିପରି ବ୍ରିଜର ତଳପାର୍ଶ୍ବ ବାଇପାସ ରୋଡ ସହ ନାଳ ନିର୍ମାଣ ନାଁରେ କେବଳ ଅଞ୍ଚଳବାସୀଙ୍କୁ ଦହଗଞ୍ଜରେ ପକାଇରଖାଯାଇଛି। ଅବ୍ୟବସ୍ଥା ଏବଂ ପାରିପାର୍ଶ୍ବିକ ଅବସ୍ଥିତିକୁ ନେଇ ବହୁଦିନରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି। ସମସ୍ଯାର ସମାଧାନ ଦିଗରେ ବିଭିନ୍ନ ସମୟରେ ଅଞ୍ଚଳବାସୀ ବହୁବାର ପ୍ରଶାସନ ସହ ନେତା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଦ୍ଧା ଆଜିପର୍ଯ୍ଯନ୍ତ କୌଣସି ପ୍ରକାରର ସଠିକ ସମାଧାନ ହୋଇପାରିଲା ନାହିଁ। ଆଜିକାଲି ହୋଇ କେବଳ ପ୍ରତିଶୃତି ମାଧ୍ଯମରେ କାମ ଚାଲିଥିବା ଦୃଷ୍ଟିଗୋଚରକୁ ଆସୁଛି। ବର୍ତ୍ତମାନ ଜଗନ୍ନାଥ ନଗର ଦୁର୍ଗାପୂଜା କମିଟୀର ସମସ୍ତ ସଭ୍ୟ ତଥା ଜଗନ୍ନାଥ ନଗରର ସର୍ବସାଧାରଣ ଓ ରାସ୍ତାରେ ଯାତାୟାତ ହେଉଥିବା ଆଖପାଖ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ ମାଧ୍ଯମରେ ଭୋଗୁଥିବା ସମସ୍ଯା ସମ୍ପର୍କିତ ଦାବୀର ଉଚିତ ସମାଧାନ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ।ସେହିପରି ପ୍ରଶାସନିକ ଦାବୀର ସମାଧାନର ବାଟ ନଖୋଲିଲେ ଆମରଣ ଅନଶନର ବାଟ ଆପଣାଇବ ବୋଲି ଚେତାବନୀ ଦେଇଥିଲେ। ବର୍ତ୍ତମାନ ପ୍ରଶାସନର ଚୁପଚାପ ନୀତିକୁ ନେଇ ଅଞ୍ଚଳବାସୀ ଓ ପୁଜାକମିଟି ସଦସ୍ୟମାନେ ଆସନ୍ତା କାଲି ଅନଶନରେ ବସିବାକୁ ସଜ ହେଉଥିବା ଜଣାପଡିଛି। ଆନ୍ଦୋଳନକାରୀଙ୍କ ଦାବୀ ମଧ୍ଯରେ ଜଗନ୍ନାଥ ନଗରର ଉଭୟ ପାର୍ଶ୍ଵରେ ନୂତନ ନିର୍ମିତ ହୋଇଥିବା ସର୍ଭିସ ରୋଡକୁ ଯୁଦ୍ଧକାଳୀନ ଭିଭିରେ ସ୍ଥାୟୀ ପିଚୁକରଣ ଅବା କଂକ୍ରିଟ ରୋଡରେ ପରିଣତ କରାଯାଉ। ସଡକ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରତି ସମ୍ମାନ ଦିଆଯାଉ। ସ୍ଥାନୀୟ ଗାନ୍ଧିଛକ ଠାରୁ ବାହାରିଥିବା ରାମପୁର-ସୋନପୁର ରାସ୍ତା ଦେଇ ଯାତାୟାତ ହେଉଥିବା ଭାରିଯାନଗୁଡିକୁ ଅନ୍ଯ ରାସ୍ତାରେ ଛଡାଯାଉ। ରାସ୍ତାକଡରେ ଅବସ୍ଥିତ ଅର୍ଦ୍ଧ ନିର୍ମିତ ନାଳକୁ ସମ୍ପୂର୍ଣ୍ଣ କରାଯାଉ। ରାସ୍ତାର ଉଭୟ ପାର୍ଶ୍ବରେ ଲାଗିଥିବା ବିଦ୍ଯୁତ ଖୁମ୍ବ ମାନଙ୍କରେ ଉଜ୍ବଳ ଆଲୋକୀକରଣର ବ୍ୟବସ୍ଥା କରାଯାଉ। ଓଭରବ୍ରୀଜ ନିର୍ମାଣକାର୍ଯ୍ୟକୁ ଗୁରୁତ୍ବ ସହିତ ତ୍ବରାନ୍ବିତ ହେଉ ବୋଲି ଦାବୀ ଉଠାଇଥିଲେ।ଆମରଣ ଅନସନରେ ବସିବୁ ବୋଲି ପୁଜାକମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ରୋହିତ ବଡ଼ଲ, ଉପ-ସଭାପତି କୈଳାସ ଗହୀର, ଭୈରବ ମେହେର
ସାଧାରଣ ସଂପାଦକ ଯଦୁମଣି ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନ୍ଯ ସଦସ୍ଯମାନେ ନିଜ ଅସହାୟତା ସ୍ଥିତିକୁ ନେଇ ଜଣାଇଥିଲେ। ପ୍ରଶାସନକୁ ଦେଇଥିବା ଦାବୀ ପତ୍ରର ଏକକିତା ନକଲ ଜିଲ୍ଲାପାଳ, ବରଗଡ଼, ଉପ-ଜିଲ୍ଲାପାଳ ବରଗଡ଼, ଆରକ୍ଷୀ ଅଧିକ୍ଷକ, ବରଗଡ଼, ଭାରପ୍ରାପ୍ତ ଥାନା ଅଧିକାରୀ ବରପାଲି, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଂଚଳ ପରିଷଦ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ତଥା ପ୍ରେସ୍-ମିଡିଆକୁ ଜଣାଇବା ସହ ସମସ୍ଯାର ଉପଯୁକ୍ତ କାର୍ଯାନୁଷ୍ଠାନ ପାଇଁ ପ୍ରଦାନ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق