ବୃଦ୍ଧଙ୍କୁ ଆକ୍ରମଣ ମାମଲାରେ ଜଣେ କୋର୍ଟଚାଲାଣ
ବେଲଗୁଣ୍ଠା, -:ଜଣେ ବୃଦ୍ଧଙ୍କୁ ଆକ୍ରମଣ ମାମଲାରେ ବେଲଗୁଣ୍ଠା ପୋଲିସ୍ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ଭିକାରୀ ମହାନ୍ତି (୫୫) ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ ଯେ ବଲାଡ଼ି ଗ୍ରାମର ଭଗବାନ ସାମଲ ତାଙ୍କୁ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଛନ୍ତି I ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ତାଙ୍କର ରକ୍ତସ୍ରାବ ମଧ୍ୟ ହୋଇଛି I ଏନେଇ ବେଲଗୁଣ୍ଠା ପୋଲିସ୍ ୫୨୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ଭଗବାନ ସାମଲକୁ ଗିରଫ କରିଥିଲେ Iଅଭିଯୁକ୍ତ ଭଗବାନକୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق