BREAKING
Loading...
:

ତିନି ମାସ ରେ ସରକାରୀ ଭାବେ ୩୨ ଜଣ ଙ୍କ ବିଷାକ୍ତ ମଦ ରେ ମୃତ୍ୟୁ,ଟିଟିଲାଗଡ ପୌର ପରିଷଦ ଅଞ୍ଚଳ ରେ ଥିବା ବେଆଇନ୍ ମଦ ଭାଟି ପୁନଃ ନେଇ ତୀବ୍ର ଉତ୍ତେଜନା ବୃଦ୍ଧି।

 ତିନି ମାସ ରେ ସରକାରୀ ଭାବେ ୩୨ ଜଣ ଙ୍କ ବିଷାକ୍ତ ମଦ ରେ ମୃତ୍ୟୁ,ଟିଟିଲାଗଡ ପୌର ପରିଷଦ ଅଞ୍ଚଳ ରେ ଥିବା ବେଆଇନ୍ ମଦ ଭାଟି ପୁନଃ ନେଇ ତୀବ୍ର ଉତ୍ତେଜନା ବୃଦ୍ଧି।




ବଲାଙ୍ଗୀର/ଟିଟିଲାଗଡ,-:ସହର ମଝିରେ ଥିବା ନେହେରୁ ନଗର ଠାରେ ବେଆଇନ ବିହାରୀ ମଦ ଭାଟି ବ୍ୟବସାୟୀ ବେଆଇନ୍ ମଦ ଭାଟି ଚଳାଇ ଆସୁଥିବା ନେଇ ବିଭିନ୍ନ ମହଲରେ ତୀବ୍ର ଉତ୍ତେଜନା ବୃଦ୍ଧି ପାଉଛି । ପ୍ରକାଶ ଯେ,ସହର ର ମଝିରେ ଏହି ମଦ ଭାଟି ଥିବା ସହ ବେଆଇନ ଭାବେ ୟୁରିଆ ସାର ମିଶା ମଦ ପ୍ରସ୍ତୁତି ବିକ୍ରି ଓ ବେଆଇନ ଚାଲାଣ ସହ ଆଖ,ପାଖ ଅଞ୍ଚଳ କୁ ମଦ ବିଭିନ୍ନ ଚାରି ଚକିଆ ଓ ଯାନ ବାହାନ ରେ ଚାଲାଣ କରାଯାଉଛି । ଦିନକୁ ଦିନ ମାତ୍ରାଧିକ ଭାବେ ବୃଦ୍ଧି ପାଇବା ନେଇ ଦୃଢ଼ ବିରୋଧ ଯୋଗୁଁ ସହର ବାହାର କୁ ସ୍ଥାନାନ୍ତରିତ କରାଯାଇଥିଲା । କିଛି ବର୍ଷ ତଳେ ଖୋଲା, ଖୋଲି ଭାବରେ ଏହି ମଦ ଭାଟି ନାମକୁ ମାତ୍ର ବନ୍ଦ କରିଦେଇ ଭିତରେ ମଦ ପୁନଃ ପ୍ରସ୍ତୁତି ଓ ବେଆଇନ ଭାବେ କିଛି ମାସ ପରେ ଆରମ୍ଭ କରାଯାଇଥିଲା ।  ବିଭିନ୍ନ ସ୍କୁଲ,କଲେଜ ଛାତ୍ର, ଛାତ୍ରୀ,ମହିଳା,ଚାରି ପଟେ ଥିବା ସ୍କୁଲ,କଲେଜ ଯୋଗୁଁ ମୁଖ୍ୟ ସମସ୍ୟା ଓ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି । ରାସ୍ତା ରେ ଯିବା ଆସିବା ମଦୁଆ ଙ୍କ ଅଶ୍ମିଳ ପାଟି,ତୁଣ୍ଡ, ଉତ୍କଟ ମଦ ବାସ୍ନା ଯୋଗୁଁ ସାଧାରଣ ଯାତା, ୟାତ ରେ ଭୟଭୀତ ହୋଇ ରହିଛନ୍ତି । ସେହିପରି ନାମକୁ ମାତ୍ର ବାହାର ଗେଟ ରେ ତାଲା ଝୁଲେଇ ଦେଇ ନେତା, ମନ୍ତ୍ରୀ ସବୁ ସରକାରୀ,ଅଧିକାରୀ ତଥା ସବୁ ବର୍ଗ ଲୋକଙ୍କ ସହ ଟଙ୍କା କାରବାର କରି ଏହି ବେଆଇନ କାରବାର ଚଳାଇ ଆସୁଥିବା ବେଳେ ନିକଟ ରେ ଗୋବିନ୍ଦ ବାଟିକା,ସହ ଖୋଦ୍  ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ଙ୍କ ଘର ରହିଛି । ହେଲେ ସେ କ୍ଷମତା ରେ ରହି ବର୍ଷ ପୁରିଗଲାଣୀ ସିନା ପ୍ରତିଶ୍ରୁତି ଦେଇ ନୀରବ ଦ୍ରଷ୍ଟା ଥିବା ସଚେତନ ନାଗରିକ କମିଟି ଆବାହକ ଶୁଭେନ୍ଦୁ ପୁରୋହିତ ତୀବ୍ର ନିନ୍ଦା ସହ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଏକ ଜରୁରୀ ବୈଠକ ରେ ଆଲୋଚନା ହୋଇଛି । ନିକଟ ରେ ମୁଖ୍ୟ ଥାନା ରହିଥିବା ଓ ସହର ମଝିରେ ଭାଟି ଥିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ପ୍ରକାଶ ପାଇଛି।

ସେହିପରି ମଦ ବିକ୍ରି ଓ ମୃତ୍ୟୁ ନେଇ ତୁରନ୍ତ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବା କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀ ହୋଇଛି । ପ୍ରକାଶ ଯେ,ଅଧିକ ନିଶାଯୁକ୍ତ କରିବା ନିମନ୍ତେ ୟୁରିଆ ସାର ମିଶା ମଦ ପିଇ ଗତ ତିନି ମାସ ରେ କେବଳ ଟିଟିଲାଗଡ  ଜିଲ୍ଲା ସ୍ତରୀୟ ଡାକ୍ତଖାନା ରେ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ଓ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି ଯେଉଁ ମାନେ କି କେବଳ ପୌରାଞ୍ଚଳ ବାସିନ୍ଦା । ଆଖ,ପାଖ ଗ୍ରାମାଞ୍ଚଳ କୁ ସ୍ଥାନାନ୍ତରିତ କରି ବିହାରୀ ମଦ ମାଫିଆ ମାଲେ,ମାଲ ହେବା ବେଳେ ଲୋକ ଙ୍କ ଜୀବନ ସହ ଖେଳ ଚାଲିଛି ।


ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦୃଢ଼ ଦାବୀ ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS