BREAKING
Loading...
:

ରେଳପଥ ମଧ୍ୟରେ ସେତୁ ନିର୍ମାଣ ପାଇଁ ଜୋର ଧରିଲା ଦାବୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଜନସାଧାରଣ

 ରେଳପଥ ମଧ୍ୟରେ ସେତୁ ନିର୍ମାଣ ପାଇଁ ଜୋର ଧରିଲା ଦାବୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଜନସାଧାରଣ 



ଦଶପଲ୍ଲା : ରେଳପଥ ନିର୍ମାଣ ପାଇଁ ସ୍ମଶାନ ଓ ପାନୀୟ ଜଳ ପ୍ରକଳ୍ପକୁ ରହିଥିବା ରାସ୍ତା ବନ୍ଦ ହୋଇପଡିଛି।ଶ୍ମଶାନକୁ ସବ ନେବା ଓ ପାନୀୟ ଜଳ ପ୍ରକଳ୍ପକୁ ଯିବା ପାଇଁ ଏବେ ଆଉ କୌଣସି ରାସ୍ତାନଥିବା ହେତୁ ଏବେ ୩ଟି ଗ୍ରାମର ଅଧିବାସୀ ସମସ୍ୟା ଭୋଗୁଛନ୍ତି।ଯାତାୟାତ ନିମନ୍ତେ ରେଳ ପ୍ରକଳ୍ପ ମଧ୍ୟରେ ଏକ ସେତୁ ନିର୍ମାଣ ପାଇଁ ଦାବୀ କରି ପୂର୍ବରୁ ୨ଥର ତହସିଲଦାରଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗୋପାଳପୁର ଠାରେ ପାନୀୟ ଜଳପ୍ରକଳ୍ପରୁ ଅଞ୍ଚଳବାସୀ ପ୍ରାୟ ୨୦ବର୍ଷ ହେଲା ପାଣି ପାଇ ଆସୁଛନ୍ତି।ଦୈନିକ ପମ୍ପ ହାଉସ ଡ୍ରାଇଭର ପ୍ରକଳ୍ପ ନିକଟକୁ ଯାଇ ପମ୍ପ ଚଳାଉଛନ୍ତି।ଏଥି ସହିତ ଗୋଟିଏ ସ୍ଥାନକୁ ଅଞ୍ଚଳବାସୀ ଶ୍ମଶାନ ଭାବେ ବାଛିଛନ୍ତି।ସେଠାରେ ପୂର୍ବ ପୁରୁଷରୁ ଶବଦାହ କରାଯାଉଛି।ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପାଇଁ ଏବେ ଯାତାୟାତ ପାଇଁ ରହିଥିବା ରାସ୍ତାରେ ମେଣ୍ଟାଲ, ଲୁହା ପକାଇବା ଦ୍ୱାରା ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ପାନୀୟ ଜଳ ପ୍ରକଳ୍ପ ନିକଟକୁ ଯିବା କିମ୍ବା ଶବଦାହ ନିମନ୍ତେ ଶ୍ମଶାନକୁ ଯିବାପାଇଁ ଆଉ କୌଣସି ରାସ୍ତାନାହିଁ।ଯାତାୟାତ ନିମନ୍ତେ ରେଳପଥ ମଧ୍ୟରେ ଏକ ସେତୁ ନିର୍ମାଣ ପାଇଁ ଦାବୀ କରିଆସୁଛନ୍ତି। ପୂର୍ବରୁ ତହସିଲଦାର ନେଳିଗୁଡା ରାଜସ୍ବ ନିରୀକ୍ଷକ ଦ୍ୱାରା ଘଟଣା ସ୍ଥଳରେ ତଦନ୍ତ କରି ରେଳ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଇଥିବାବେଳେ ପୂର୍ବରୁ ଦଶପଲ୍ଲା ବିଡ଼ିଓ ଙ୍କୁ ଅଞ୍ଚଳବାସୀ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ

ବିଡ଼ିଓ ଏହାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାପାଇଁ କହିଥିବା ଜଣାପଡ଼ିଥିଲା। ତେବେ ଏଯାବତ କୌଣସି ସୁ - ଫଳ ନ ମିଳିବାରୁ ଅଂଚଳବାସୀ ଗତ ୧୦ ତାରିଖ ଦିନ ଦଶପଲ୍ଲା ବ୍ଲକ ପରିସରରେ ହେଉଥିବା ଜନଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ଉକ୍ତ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଆଜି ପ୍ରଶାନ୍ତ କୁମାର ସାହୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଂଚି ଆଉ ଏକ ଅଭିଯୋଗ ପତ୍ର ଦେଇ ଆସିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ଟାକରା ପଂଚାୟତର ଗୋପାଳପୁର, ରଥିପୁର, ଟାକରା ମୌଜାର ଜନସାଧାରଣଙ୍କ ସମସ୍ୟାର ସମାଧାନ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS