BREAKING
Loading...
:

ବାଙ୍କୀ ଏନ୍‌.ଏ.ସି ଦୋକାନ ଘର ଭଡା ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

 ବାଙ୍କୀ ଏନ୍‌.ଏ.ସି ଦୋକାନ ଘର ଭଡା ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ



୧ଲକ୍ଷ ୧୦ହଜାର ୧୫୨ଟଙ୍କା ବକେୟା ଆଦାୟ ଓ ୬ଗୋଟି ଦୋକାନଘର ସିଲ୍ 

ବାଙ୍କୀ,୨୦ା୧୧(ମାନସ ରଞ୍ଜନ ସାହୁ ):ବାଙ୍କୀ ଏନ୍‌.ଏ.ସି ଦୋକାନଘର ଭଡା ନେଇ ଦୀର୍ଘ ଦିନ ଧରି ଭଡା ବାକି ରଖିଥିବା ବ୍ୟବସାୟୀମାନଙ୍କ ବିରୁଦ୍ଧରେ ଏନ୍‌.ଏ.ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାରମ୍ବାର ନୋଟିସ୍ ସତ୍ତ୍ୱେ ଦୋକାନଘର ଭଡା ବାକି ରଖିଥିôବା ବ୍ୟବସାୟୀମାନଙ୍କ ବିରୁଦ୍ଧରେ ଏନ୍‌.ଏ.ସି ପକ୍ଷରୁ ପୋଲିସ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଫଳରେ ୧୪ଜଣ ଦୋକାନୀଙ୍କ ଠାରୁ ୧ଲକ୍ଷ ୧୦ହଜାର ୧୫୨ଟଙ୍କା ବକେୟା ଆଦାୟ କରାଯାଇଛି । ଯେଉଁମାନେ କିଛି ଭଡା ଦେଇନଥିବା ଦୋକାନୀମାନଙ୍କ ୬ଗୋଟି ଦୋକାନ ଘରକୁ ପରିଷଦ ପକ୍ଷରୁ ସିଲ୍ କରାଯାଇଛି । କିଛି ଦୋକାନୀ ଶତକଡା ୫୦ଭାଗ ବକେୟା ଭଡା ଦେଇ ବାକି ଟଙ୍କା ଦେବା ପାଇଁ କିଛି  ଦିନ ମହଲତ ନେଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପରିଷଦର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ସୌମ୍ୟରଞ୍ଜନ ମହାପାତ୍ର, ଥାନା ଆରକ୍ଷୀ ନିରିକ୍ଷକ ଦିଲ୍ଲୀପ କୁମାର ସିଂହ ମର୍ଦ୍ଦରାଜଙ୍କ ସହ ପରିଷଦର କର୍ମଚାରୀମାନେ ସାମିଲ୍ ହୋଇଥିଲେ । କେତକ ଦୋକାନ ଘରଗୁଡିକ ଦୀର୍ଘ ଦିନ ଧରି ମରାମତି ହୋଇନଥିବା ଦୋକାନୀମାନେ ଅଭିଯୋଗ କରିଥିଲେ । ଏଥିପ୍ରତି ପରିଷଦ ପକ୍ଷରୁ ବ୍ୟବସ୍ଥା କରାଯାଇ ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS