BREAKING
Loading...
:

ବୈଦ୍ୟେଶ୍ୱର ଆଶ୍ରମ ବିଦ୍ୟାଳୟରେ ଆମେ ଜାଣିବା ଜିଣିବା କାର୍ଯ୍ୟକ୍ରମ

 ବୈଦ୍ୟେଶ୍ୱର ଆଶ୍ରମ ବିଦ୍ୟାଳୟରେ  ଆମେ ଜାଣିବା ଜିଣିବା କାର୍ଯ୍ୟକ୍ରମ



ବୈଦ୍ୟେଶ୍ୱର, 17l11(ମାନସ ରଞ୍ଜନ ସାହୁ):ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଆଶ୍ରମ ବିଦ୍ୟାଳୟ ପରିସରରେ ଜନଜାତି ଗୌରବ ଦିବସ ଅବସରରେ ପିତା ମାତା ସହାଭାବଗୀତା ଆମେ ଜାଣିବା ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି. ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା. ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା ଙ୍କ ସଂଯୋଜନା ରେ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ସାହୁ ସଭାପତି ତ୍ବ କରିଥିଲେ. ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ସାହୁ, ବିଶେଷ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁରଞ୍ଜନ ପଣ୍ଡା,ମୁଖ୍ୟ ବକ୍ତା ଭାବେ ବୈଦ୍ୟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲୀପ କୁମାର ପରିଡା ସମ୍ମାନିତ ଅତିଥି ଅତିଥି ଭାବେ ସମିତିସଭ୍ୟ ମହେଶ୍ୱର ମହାପାତ୍ର, ପୂର୍ବତନ ଶିକ୍ଷକ କୁଳମଣି ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଲିଲି ଦେହୁରୀ, ନାଟେରୀ ମଧ୍ୟ ଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା, ସି ଆର ସିସି ଭରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଥିଲେ. ପ୍ରଧାନ ଶିକ୍ଷକ ସ୍ୱାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ. ସହକାରୀ ଶିକ୍ଷକ ମନୋଜ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ.ଶିକ୍ଷୟତ୍ରୀ ଜଲ୍ଲୀ ରାଉତରା, ରଞ୍ଜୁ ବାଳା ତ୍ରିପାଠୀ, ବର୍ଷାରାଣୀ ସାହୁ ଏବଂ ମର୍ଟନ ଦିଦି ନିରୁପମା ଦେଇ ଙ୍କ ପରିଚାଳନା ରେ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ  l

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS