BREAKING
Loading...
:

ଧର୍ମାନ୍ତରୀକରଣ ବିରୋଧରେ ତାତିଲେ ଗାଁ ମହିଳା ଗୋଷ୍ଠୀ - :

 ଧର୍ମାନ୍ତରୀକରଣ ବିରୋଧରେ ତାତିଲେ ଗାଁ ମହିଳା ଗୋଷ୍ଠୀ  - :           -----------------------------  



କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଲିଗୁଡା ଓ ରେନସୁଭାଟା ଗାଁ ମହିଳା ମାନେ ଧର୍ମାନ୍ତରୀକରଣ ଓ ଏହାର କାର୍ପେଟଦାର ମାନଙ୍କ ବିରୋଧରେ ଏକଜୁଟ ହେବାସହ ଲିଖିତ ଆକାରରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏତଲା ଦେଇଛନ୍ତି । ପ୍ରକାଶ ଥାଉକି ଯେ  ନାଲିଗୁଡା କଲେନି ଠାରେ ନିର୍ମିତ ଚର୍ଚ୍ଚ କୁ କିଛି ଦୁର୍ବୃତ ଭାଙ୍କି ଦେଇଥିବା ଅଭିଯୋଗ ଖ୍ରିଷ୍ଟିଆନ ସମାଜ ପକ୍ଷରୁ ଦିଆଯାଇଥିଲା, ଯାହାକୁ ସେହି ଗ୍ରାମର ଲୋକ ଓ ମହିଳାମାନେ ସମ୍ପୁର୍ଣ୍ଣ ଭାବେ ଖଣ୍ଡନ କରିବା ସହ କହିଥିଲେ ଯେ ଯେଉଁମାନଙ୍କ ନାମରେ ଅଭିଯୋଗ କରାଯାଇଛି ତାହା ସମ୍ପୁର୍ଣ୍ଣ ଭାବେ ମିଥ୍ୟା ପ୍ରରୋଚନା ଓ ସୁପରିକଳ୍ପିତ । ଏଭଳି ମିଥ୍ୟା ଅଭିଯୋଗ ଦେଇ ସେମାନେ ଆମ ମନୋବଳକୁ ଦୁର୍ବଳ କରିବାକୁ ପ୍ରୟାସ କରିବା ଏକ ମାତ୍ର ଉଦ୍ଧେଶ୍ୟ । ସେମାନେ କହିଛନ୍ତି ଯେ ଏହି ଅଞ୍ଚଳରେ କିଛି ଗରୀବ ଆଦିବାସୀଙ୍କୁ ଟଙ୍କାର ପ୍ରଲୋଭନ, କିଛି ଚମତ୍କାର ଶକ୍ତିର ପ୍ରଦର୍ଶନ ଓ ପରିବାର ଲୋକଙ୍କୁ ଦେଖାଣିଆ ସ୍ୱାସ୍ଥ୍ୟସେବା ଯୋଗାଇବା, କିଛି ଚକ୍ରାନ୍ତ କାରୀ ଧର୍ମାନ୍ତରୀକରଣ ବ୍ୟକ୍ତିଙ୍କ ନିତିଦିନିଆ କାର୍ଯ୍ୟ ପାଲଟିଛି ଯାହାଦ୍ଵାରା ସେମାନେ ନିରିହ ଆଦିବାସୀଙ୍କୁ ବଶିଭୂତ କରିବା ସହ ସେମାନଙ୍କ ସରଳତାର ସୁଯୋଗ ନେଇ  ଧର୍ମାନ୍ତରୀକରଣ କାୟାକୁ ଆହୁରି ସୁଦୃଢ଼ ଓ ପ୍ରସାରିତ କରିବା ମୁଖ୍ୟ ହୀନ ଉଦ୍ଦେଶ୍ୟ ବୋଲି କହିଛନ୍ତି । ଗତ କାଲି ବିବାଦୀୟ ଘଟଣାକ୍ରମେ ଉକ୍ତ ଅଞ୍ଚଳର ଚର୍ଚ୍ଚ କୁ, କୁଡୁମୁଲୁଗୁମ୍ମା ର ଜଣେ ପାଷ୍ଟର ଏସ୍.ଆମୋସ ଙ୍କ ନେତୃତ୍ବରେ ୫ ଜଣ ଖ୍ରିଷ୍ଟ ସମାଜର ବ୍ୟକ୍ତି ବିଶେଷ ଯାଇ ଭଙ୍ଗା ଘରର ତାଲା ଖୋଲି ପ୍ରବେଶ କରିଥିଲେ, କିନ୍ତୁ ସେହି ସମୟରେ ରେନସୁଭଟା ଓ ନାଲିଗୁଡା ଅଞ୍ଚଳର କିଛି ଆଦିବାସୀ ମହିଳା ସେହି ବାଟ ଦେଇ ଗୁମ୍ମା ଆସୁଥିବା ବେଳେ ଘଟଣାକୁ ଦେଖିଥିଲେ ଓ ବିନା ପ୍ରଶାସନ ଅନୁମତିରେ ସେହି ବିବାଦୀୟ ଭଙ୍ଗା ଚର୍ଚ୍ଚ କୁ କାହିଁକି ପ୍ରବେଶ କଲେ ବୋଲି ପଚାରିଥିଲେ, ଏତିକି ଶୁଣି ପାଷ୍ଟର ମହାଶୟ ଚିହିଁକି ଉଠିବା ସହ କହିଥିଲେ ଯେ ଉକ୍ତ ଘରକୁ ଆମେ ନୂତନ ଭାବେ ସ୍ଲାବ କରିବୁ ଓ ଏଥିରେ ତୁମର କିଛି ଆବଶ୍ୟକତା ନାହିଁ, କହିବା ସହ ନାନା ଅଶ୍ଲିଳ ଭାଷାରେ ସେମାନଙ୍କ ଜାତି ଓ ଖାସକରି ହିନ୍ଦୁ ଧର୍ମ କୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ ବୋଲି କହିଥିଲେ । ଏନେଇ ଉକ୍ତ ମହିଳାମାନେ   କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏକ ପାଲଟା ଏତଲା ଦେବା ସହ  କହିଛନ୍ତି ଯେ, କିଛି ଲୋକ ବ୍ୟକ୍ତିଗତ ସ୍ୱାର୍ଥ ଓ ମନ୍ଦ ଉଦ୍ଧେଶ୍ୟ ରଖି କିଛି ଟଙ୍କା ପାଇବା ଆଶାରେ ନିରିହ ଆଦିବାସୀ ମାନଙ୍କୁ ତାଙ୍କ ମୂଳ ଧର୍ମରୁ ବିଚ୍ୟୁତ କରି ଖ୍ରିଷ୍ଟିଆନ ଧର୍ମରେ ସାମିଲ କରିବା ପାଇଁ ଅନବରତ ଚକ୍ରାନ୍ତ ଚଳାଇଛନ୍ତି , ଯାହା ଫଳରେ ସରଳ ଆଦିବାସୀ ମାନେ ସେମାନଙ୍କ ତାଲ୍ ରେ ପଶି ଯାଉଛନ୍ତି ।  ସେମାନଙ୍କ ଦାବି ଯେ ଏହିଭଳି ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଟଙ୍କା ର ଉତ୍ସ କଣ ଓ କେଉଁ କେଉଁ ସ°ସ୍ଥା ଏ ବାବଦରେ ଚର୍ଚ୍ଚ ନିର୍ମାଣ ପାଇଁ ଅର୍ଥ ବରାଦ କରିଛନ୍ତି, ତାହାର ଟିକିନିଖି ତଦନ୍ତ ସହ ଏହି ଘଟଣାରେ ସମ୍ପୃକ୍ତ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଓ ପ୍ରଶାସନକୁ ଅନୁରୋଧ କରିଛନ୍ତିି । ସବିଶେଷ ତଥ୍ୟ ଅନୁସାରେ ବାଲିମେଳା ଥାନାରେ ଉକ୍ତ ଏତଲା ରେ କେଶ୍ ନମ୍ବର ସ°ଖ୍ୟା -: ୩୨୧/୨୫ କେଶ୍ ରୁଜୁ କରାଯାଇଛି ଓ ଏହାର ତଦନ୍ତ ଭାର ଓରକେଲ ଥାନାର ଅତିରିକ୍ତ ଭାରପ୍ରାପ୍ତ ଥାନାଧିକାରୀ ଅଜିତ୍ କୁମାର ବରିହାଙ୍କୁ ଦିଆଯାଇଥିବା ଜଣାପଡିଛି । ଦେଖିବାକୁ ବାକି ରହିଲା ପୋଲିସ ଉକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS