BREAKING
Loading...
:

ପୀତବାସ ପଣ୍ଡା ହତ୍ୟା ମାମଲା : ବିକ୍ରମ, ମଳୟ ଓ ମଦନଙ୍କ ପାଇଁ ଓକାଲାତନାମା ଦାଖଲ କଲେ ୪୨ ଓକିଲ

 ପୀତବାସ ପଣ୍ଡା ହତ୍ୟା ମାମଲା  :  ବିକ୍ରମ, ମଳୟ ଓ ମଦନଙ୍କ ପାଇଁ ଓକାଲାତନାମା ଦାଖଲ କଲେ ୪୨ ଓକିଲ

  



​​​​​​​ବ୍ରହ୍ମପୁର, - : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ  ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇ ସହ ୧୨ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି।  ଆଇନଜୀବୀଙ୍କୁ ହତ୍ୟା ହୋଇଥିବାରୁ କେହି ଓକାଲାତନାମା ଦାଖଲ ନକରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଘଟଣା ରାଜନୈତିକ ମୋଡ଼ ନେବା ପରେ ଗୁରୁବାର ୩ଜଣଙ୍କ ପାଇଁ ୪୨ ଜଣ ଓକିଲ ଓକାଲାତନାମା ଦାଖଲ କରିଛନ୍ତି।


ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳେଇ ଓକିଲ ହୋଇଥିବାରୁ ସେମାନଙ୍କ ପାଇଁ ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା, ଦୀପକ ପଟ୍ଟନାୟକ, ଶିବ ନାରାୟଣ ସାହୁ, ଚକ୍ରପାଣି ନାହାକ, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସହ ୪୨ ଜଣ ଓକିଲ ଓକାଲାତନାମା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ଓକାଲାତନାମା ଦାଖଲ ହେବ ବୋଲି ସୂଚନା ମିଳିଛି।


ସେପଟେ ଜୟପୁରର ସୁନୀଲ ହୋତାଙ୍କୁ  ପୁଲିସ ଉଠାଇଥିବା ବେଳେ  ବ୍ୟବସାୟୀ ସୁଦର୍ଶନ ଜେନା ଆତ୍ମସମର୍ପଣ କରିଥିବା ସୂଚନା। ଉଭୟଙ୍କୁ ପୁଲିସ ଜେରା କରୁଛି। ସୁନୀଲ ହୋତା ଜୟପୁରରେ ତାଙ୍କ ଫାର୍ମ ହାଉସରେ ଦୁଇଜଣ ଅଭିଯୁକ୍ତକୁ ଆଶ୍ରୟ ଦେଇଥିଲେ ଏବଂ ଅଭିଯୁକ୍ତମାନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଥିବା  ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ସରବଣା ବିବେକ ଏମ ସୂଚନା ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS